କରୋନା ନେଇ ପୁଣି ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର:(ଏସ. ନ୍ୟୁଜ୍‌): କରୋନା ନେଇ ପୁଣି ସତର୍କ କରାଇଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ସେ କହିଛନ୍ତି ଯଦିଓ ସ୍ଥିତି ସ୍ଥିର ଅଛି, କିନ୍ତୁ ଏଯାଏଁ ବିପଦ ଟଳିନି । ଆଗକୁ ଶୀତ ଋତୁ ଆସୁଛି, ଏହା ପୂର୍ବରୁ ସତର୍କ ରହିବକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । ସେ କହିଛନ୍ତି ଶୀତଦିନେ ଅନେକ ଲୋକ ଘରେ ରହିବାକୁ ଚାହାଁନ୍ତି । ଥଣ୍ଡା ଯୋଗୁଁ ବେସି ବାହାରେ ବୁଲନ୍ତି ନାହିଁ ।

ତେଣୁ ଭିଡ ହୋଇ ସଂକ୍ରମଣ ନବଢାନ୍ତୁ ବୋଲି କହିଛନ୍ତି ଡିଏଇମିଟି ସିବିକେ ମହାନ୍ତି । ତାଙ୍କ ମତରେ ଭିଡ ହେଲେ ସଂକ୍ରମଣ ବଢିବାର ସାମାନ୍ୟ ଭୟ ରହିଛି । ତଥାପି ଯେତେ କମ ସଂକ୍ରମଣ ହେଲେ ମଧ୍ୟ ତାକୁ ପ୍ରତିକାର କରିବାକୁ ପଡିବ । ସାମାନ୍ୟ ଆମର ଗୋଟିଏ ଭୁଲ ବଡ଼ ବିପଦକୁ ଆମନ୍ତ୍ରଣ କରିପାରେ ବୋଲି ସେ ମତାମତ ଦେଇଛନ୍ତି । କୌଣସି ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାପାଇଁ ଭାରତ ସରକାର କୌଣସି ପ୍ରତିବନ୍ଧକ ରଖି ନାହାନ୍ତି ।

ସେହିଭଳି ଅନ୍ୟ ରାଜ୍ୟରୁ ଲୋକ ଆସିବେ । ତେବେ ସେମାନେ ଯାହା ପାଖକୁ ଆସୁଛନ୍ତି ସେମାନେ ସତର୍କତା ପଦକ୍ଷେପ ନେବା ଦରକାର ବୋଲି ସୂଚାଇଛନ୍ତି । ପୂର୍ବରୁ ତୃତୀୟ ଲହରକୁ ନେଇ ଭିନ୍ନ ଭିନ୍ନ ମତ ଆସିଥିଲା । ଏପର୍ଯ୍ୟନ୍ତ ତୃତୀୟ ଲହର ଆସିନି, ସମୟ କହିବ କେବେ ଆସିବ । ସବୁ ବେଳେ ସବୁ ଆକଳନ ଠିକ ହେବ ବୋଲି କହିହେବ ନାହିଁ ।

Leave A Reply

Your email address will not be published.