ଅଭିନେତ୍ରୀ ପୂଜା ବାନାର୍ଜୀ ପୁଣି ଥରେ କୁନାଲଙ୍କ ହାତ ଧରିଲେ

ନୂଆଦିଲ୍ଳୀ : ଅଭିନେତ୍ରୀ ପୂଜା ବାନାର୍ଜୀ ଦ୍ୱିତୀୟ ଥର ପାଇଁ କୁନାଲ ବର୍ମାଙ୍କ ହାତ ଧରିଛନ୍ତି । ଦୁହିଁଙ୍କ ବିବାହ ଗୋଆରେ ଅନୁଷ୍ଠିତ ହୋଇଥିଲା । ଟେଲି ପରଦାର ଏହି ଯୋଡ଼ି ସୋସିଆଲ ମିଡିଆରେ ନିଜର ବିବାହର ଫଟୋ ସେୟାର କରିଛନ୍ତି । ଫଟୋଗୁଡ଼ିକରେ ପୂଜା ଓ କୁନାଲ ଉଭୟ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି । ପୂଜାଙ୍କ ବିବାହରେ ପରିବାର ସହ ଅତି ନିକଟତର ସମ୍ପର୍କୀୟମାନେ ଯୋଗ ଦେଇଥିଲେ । ଉଭୟ ବଙ୍ଗଳା ଏବଂ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି । ପୂଜାଙ୍କ ପୁଅ କୃଶିବ ମଧ୍ୟ ବାପା ମାଙ୍କ ବିବାହକୁ ଆଖିରେ ଦେଖିଥିଲେ ।


୨୦୧୭ରେ କୁନାଲ-ପୂଜା ନିର୍ବନ୍ଧ କରିଥିଲେ । ଚଳିତ ବର୍ଷ ଏପ୍ରିଲ ୧୫ରେ ସେମାନେ ବିବାହ କରିଥାନ୍ତେ । ହେଲେ କରୋନାକୁ ନେଇ ଲକ୍‌ଡାଉନ୍‌? କାରଣରୁ ଏହା ଘୁଂଚିି ଯାଇଥିଲା । ପରେ ଉଭୟ ରେଜିଷ୍ଟ୍ରି ମ୍ୟାରେଜ୍‌ କରି ଏକାଠି ରହୁଥିଲେ । ହେଲେ ସେ କହିଥିଲେ କି ସମୟ ଦେଖି ଦୁହେଁ ରୀତିନୀତି ଅନୁଯାୟୀ ବିବାହ କରିବେ ।

Leave A Reply

Your email address will not be published.