କିନ୍ନର ନେତା ସୋନମଙ୍କୁ ରାଜ୍ୟ ମନ୍ତ୍ରୀର ପାହ୍ୟା ଦେଲେ ଯୋଗୀ ସରକାର

ଲକ୍ଷ୍ନୌ : ଉତରପ୍ରଦେଶରେ ଆଗକୁ ନିର୍ବାଚନ । ଏନେଇ ସେଠି ରାଜନୈତିକ ଚଳଚଂଚଳ ହୋଇ ନାନା ପଦକ୍ଷେପ ମାନ ନିଆଯାଉଛି । ସେଠି ଅନେକ ପରିବର୍ତନ ଦେଖିବାକୁ ମିଳୁଛି । ଏହି ଅବସରରେ କିନ୍ନର ନେତା ସୋନମଙ୍କୁ କିନ୍ନର ବିକାଶ ବୋର୍ଡର ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଏହା ସହ ତାଙ୍କୁ ରାଜ୍ୟ ମନ୍ତ୍ରୀର ପାହ୍ୟା ଦେଇଛନ୍ତି ଯୋଗୀ ସରକାର । ଏହା ପରେ ୟୁପିରେ ପୁଣି ବିଜେପି ସରକାର ଆସିବ ବୋଲି ସେ ଦାବି କରିଥିବା ବେଳେ ସମାଜବାଦୀ ପାର୍ଟି ଉପରେ ଜୋରଦାର ବର୍ଷିଛନ୍ତି ।

କେବଳ ସେତିକି ନୁହେଁ କିନ୍ନର ନେତା ସୋନମ କଥା କଥାରେ ଅଖିଳେଶ ଯାଦବଙ୍କୁ ଅଭିଶାପ ଦେଇଛନ୍ତି । ଅଖିଳେଶ ଜୀବନରେ କେବେ ବି ଶାସନକୁ ଫେରିପାରିବେ ନାହିଁ ବୋଲି ସୋନମ କହିଛନ୍ତି । ଟ୍ରାନ୍ସଜେଣ୍ଡର ନେତା ସୋନମ କିଛି ମାସ ପୂର୍ବରୁ ଅଖିଳେଶ ଯାଦବ ଏବଂ ଶିବପାଳ ଯାଦବଙ୍କୁ ଟାର୍ଗେଟ କରିଥିଲେ । ଶିବପାଳ ଏବଂ ଅଖିଳେଶଙ୍କ ମଧ୍ୟରେ ଫାଟକୁ ଭୟଙ୍କର ବୋଲି କହିଥିଲେ ସୋନମ । ୨୦୨୦ରେ ସୁଲତାନପୁର ପହଂଚିିଥିବା କିନ୍ନର ନେତା ସୋନମ କହିଥିଲେ, ସମାଜବାଦୀ ପାର୍ଟିରେ ଅନ୍ତଃକନ୍ଦଳ ଯୋଗୁଁ ଦଳ ଶକ୍ତିହୀନ ଭଳି ମନେ ହେଉଛି । ଏହା ସହ ଦୁଇ ନେତା ୨୦୨୨ରେ ମିଶି ନିର୍ବାଚନ ଲଢ଼ିଲେ ଫାଇଦା ମିଳିବ ବୋଲି ସୋନମ ପରାମର୍ଶ ମଧ୍ୟ ଦେଇଥିଲେ ।

Leave A Reply

Your email address will not be published.