ଜାଣନ୍ତୁ କେଉଁ ଦିନ ଜୋତା ଏବଂ ଚପଲ କିଣିବା ଅଶୁଭ

ଆଧୁନିକ ଦୁନିଆରେ ଆଜି ମଧ୍ୟ ଅନେକ ଲୋକ ସାମାଜିକ ରୀତି ନୀତିକୁ ମାନି ଚଳନ୍ତି । ଯଦିଓ କିଛି କିଛି ଲୋକ ଏହାକୁ ବିଶ୍ବାସ କରନ୍ତି ନାହିଁ ତଥାପି ଆଜି ମଧ୍ୟ ଅନେକ ଲୋକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାମ କରନ୍ତି । ଜ୍ୟୋତିର୍ବିଦଙ୍କ ଉପଦେଶ ଅନୁସାରେ ଲୋକେ କେଉଁ ରଙ୍ଗର ଗାଡ଼ି କିଣିବେ କେଉଁଦିନ ଶୁଭ, କେଉଁଦିନ ଅଶୁଭ ମାନନ୍ତି। ତେବେ ଚପଲ ଏବଂ ଜୋତା ସମସ୍ତଙ୍କର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ହୋଇଥିବାବେଳେ କେଉଁଦିନ ଏହା କିଣିଲେ ଅଶୁଭ ହୋଇଥାଏ ଜ୍ୟୋଜିର୍ବିଦମାନେ କୁହନ୍ତି । ମାନାଯାଏ କି, ମଙ୍ଗଳବାର, ଶନିବାର, ଚନ୍ଦ୍ରଗ୍ରହଣ ଏବଂ ଅମାବାସ୍ୟାରେ ଜୋତା ଚପଲ କିଣିବା ଅଶୁଭ ମାନାଯାଏ । ଏହିଦିନ ମାନଙ୍କରେ କିଣିଲେ ଘରକୁ ଦୁର୍ଭାଗ୍ୟ ଆସିଥାଏ । କୁହାଯାଏ କି, ଶନିବାର ଜୋତା କିମ୍ବା ଚପଲ କିଣିଲେ ଶନି ଦଶା ପଡ଼ିଥାଏ ।

ତେବେ ବିଶ୍ବାସ ରହିଛି କି, ଶୁକ୍ରବାର ଦିନ ଜୋତା କିମ୍ବା ଚପଲ କିଣିବା ଶୁଭ ହୋଇଥାଏ । ଏହା ହେଉଛି ସର୍ବୋତ୍ତମ ଦିନ । ଶନିବାର ମନ୍ଦିର ଆଗରେ ଚପଲ ଛାଡ଼ି ଆସିବା ଦ୍ବାରା ଶନିଦଶା ଦୂର ହୁଏ ବୋଲି ବିଶ୍ବାସ ରହିଛି । ବାସ୍ତୁଶାସ୍ତ୍ର ଅନୁଯାୟୀ ଶେଜ ପାଖରେ କେବେ ମଧ୍ୟ ଜୋତା କିମ୍ବା ଚପଲ ରଖନ୍ତୁ ନାହିଁ । ଏହାଦ୍ବାରା ନକରାତ୍ମକ ପ୍ରଭାବ ପଡ଼ିଥାଏ ।

Leave A Reply

Your email address will not be published.