ବାରକୋର୍ଡ ସ୍କାନିଂରୁ ଜାଣିହେବ ନକଲି ଔଷଧ

ନୂଆଦିଲ୍ଲୀ: ବଜାରରେ ନକଲି ଔଷଧକୁ ନେଇ ଜୋର ଧରିଛି ଚର୍ଚ୍ଚା । ଏନେଇ କିଛି ବ୍ୟବସାୟୀ ଓ ଔଷଧ ଦୋକାନୀଙ୍କ ଉପରେ ପ୍ରଶାସନ ଚଢାଉ କରିଛି । ଏହାସହ କିଛି ଅପରାଧୀଙ୍କୁ ଏହି ମାମଲାରେ ମଧ୍ୟ ଗିରଫ କରାଯାଇଛି । ଏସବୁ ଭିତରେ ସରକାର ନକଲି ଔଷଧ ଚିହ୍ନଟ କରିବାକୁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହାକୁ ଟ୍ରାକ୍ ଆଣ୍ଡ ଟ୍ରେସ ବୋଲି କୁହାଯାଉଛି । ଏଥିରେ ଔଷଧ ନିର୍ମାତା କମ୍ପାନୀମାନଙ୍କ ଦ୍ୱାରା ସର୍ବାଧିକ ବିକ୍ରି ହେଉଥିବା ୩୦୦ ପ୍ରକାରର ଔଷଧ ପ୍ୟାକେଟ ଉପରେ ବାର କୋର୍ଡ ବା କ୍ୟୁ ଆର କୋର୍ଡ ପ୍ରିଣ୍ଟ କରିବେ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ୧୦୦ ଟଙ୍କାରୁ ଅଧିକ ଦାମର ଔଷଧ ଉପରେ ପ୍ରାଥମିକ ପର୍ଯ୍ୟାୟରେ ଔଷଧ କମ୍ପାନୀମାନେ ଏହି ବାରକୋର୍ଡ ପ୍ରିଣ୍ଟ କରିବେ । ଫଳରେ ଗ୍ରାହକମାନେ ଏହି ବାରକୋର୍ଡରୁ ଔଷଧ ଅସଲି କି ନକଲି ତାହା ଚିହ୍ନି ପାରିବେ । ସରକାର ଏହି ବ୍ୟବସ୍ଥା ୧୦ ବର୍ଷ ତଳୁ ଆରମ୍ଭ କରିଥିଲେ । ହେଲେ ଘରୋଓ ଔଷଧ କମ୍ପାନୀମାନେ ପ୍ରସ୍ତୁତିରେ ବିଳମ୍ବ କାରଣରୁ ଏହା ଏପର୍ଯ୍ୟନ୍ତ ସଫଳ ହୋଇପାରି ନଥିଲା ।

ସୂଚନା ଥାଉକି ଏବେ ନକଲି ଔଷଧ ନେଇ ତେଲେଙ୍ଗାନା ଡ୍ରଗ୍ସ ଅଥରେଟି ଏକ ବଡ ମାମଲା ଉଜାଗର କରିଛନ୍ତି । ଥାଇରଏଡ ପାଇଁ ବ୍ୟବହାର ହେଉଥିବା ଔଷଧ ଥଇରୋନର୍ମର ଗୁଣବର୍ତ୍ତା ଖରାପ ଥିବା ଜାଣିବାକୁ ପାଇଥିଲେ । ଏହାପରେ ଏହି ଔଷଧ କମ୍ପାନୀ ଏମ୍ବାଟ ତରଫରୁ କୁହାଯାଇଥିଲା କି ଏହି ଔଷଧ ସମ୍ପୂର୍ଣ୍ଣ ନକଲି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ନିମ୍ନ ଓ ମଧ୍ୟମ ଆୟ ଦେଶଗୁଡିକରେ ପାଖାପାଖି ୧୦ ପ୍ରତିଶତ ମେଡିକାଲ ଉତ୍ପାଦ ନିମ୍ନମାନର ।

Leave A Reply

Your email address will not be published.