ରୋଗୀ ପହଂଚିବା ପୂର୍ବରୁ ଡାକ୍ତରଖାନାକୁ ସୂଚନା ଦେବ ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ

ନୂଆଦିଲ୍ଲୀ: ରୋଗୀ ପହଂଚିବା ପୂର୍ବରୁ ଡାକ୍ତରଖାନାକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବ ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍। ଇଣ୍ଡିଆ ମୋବାଇଲ୍‌ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏହି ୫ଜି କନେକ୍ଟେଡ୍‌ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି। ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା ଡାକ୍ତରଖାନାରେ ରୋଗୀ ପହଂଚିବା ପୂର୍ବରୁ ରୋଗୀଙ୍କ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ଡିଜିଟାଲ୍‌ ମାଧ୍ୟମରେ ହସ୍ପିଟାଲକୁ ପ୍ରଦାନ କରିବ। ଫଳରେ ରୋଗୀ ପହଂଚିବା ପୂର୍ବରୁ ଚିକିତ୍ସା ପାଇଁ ଡାକ୍ତର ସବୁ ଆବଶ୍ୟକ ମେଡିକାଲ୍‌ ପ୍ରସ୍ତୁତି କରିପାରିବେ। ସେହିପରି ଅଲଟ୍ରାସାଉଣ୍ଡ୍‌ କରିବ ରୋବୋଟିକ ଆର୍ମ।

ଯାହା ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍‌ କରିବାରେ ସିଦ୍ଧହସ୍ତ। ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା କରିପାରିବେ। ରୋବୋଟିକ୍‌ ଆର୍ମ ସହରରେ ଥିବା ରେଡିଓଲୋଜିଷ୍ଟଙ୍କୁ ସିଧାସଳଖ ଗାଁରେ ଥିବା ରୋଗୀଙ୍କ ସହ ଯୋଡ଼ିପାରିବ। ଏହା ସହ ଘରେ ବସି ରିପୋର୍ଟ ହାସଲ କରିପାରିବେ।

ସେହିପରି ଆସୁଛି ଜିଓର ୫ଜି ହେଲ୍ଥକେୟାର ଅଟୋମେସନ। ରିଲାଏନ୍ସ ଜିଓ ଏଭଳି ରୋବୋଟ୍‌ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି ଯାହା ଆଇସୋଲେସନ ୱାର୍ଡ ସହିତ ଅନ୍ୟ ରୋଗୀମାନଙ୍କ ପାଖରେ ଔଷଧ ଓ ଖାଦ୍ୟପାନୀୟ ପ୍ରଦାନ କରିବ।

Leave A Reply

Your email address will not be published.