ଶ୍ରୀଲଙ୍କାରେ ମହଙ୍ଗା ମାଡ଼

ସେଓ କିଲୋ ୧୨୦୦, ଅଙ୍ଗୁର କିଲୋ୧୮୦୦

ନୂଆଦିଲ୍ଲୀ :  ଜରୁରୀକାଳୀନ ପରିସ୍ଥିତି ପରେ ଶ୍ରୀଲଙ୍କାର ଅବସ୍ଥା କହିଲେ ନ ସରେ। ଚରମସୀମାରେ ପହଞ୍ଚିଛି ମହଙ୍ଗା। ଦୈନନ୍ଦିନ ଜୀବନରେ ବ୍ୟବହୃତ ଜିନିଷଗୁଡ଼ିକର ମୂଲ୍ୟ ଆକାଶଛୁଆଁ ହେଉଛି।

ଶ୍ରୀଲଙ୍କାର ନାଗରିକଙ୍କ ପାଖରେ ଟଙ୍କା ନାହିଁ, ରୋଜଗାର କରୁଥିବା ସମସ୍ତ ଜିନିଷର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦୈନନ୍ଦିନ ଖାଦ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ଆକାଶକୁ ସ୍ପର୍ଶ କରୁଛି। ଏପରିକି ପରିବା, ଫଳ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ଦୁଇ-ତିନି ଗୁଣାରୁ ଅଧିକ ହୋଇଛି । ମାର୍କେଟ ଦର ଅନୁଯାୟୀ ସେଓ ପୂର୍ବରୁ ୩୫୦ ଟଙ୍କା ଥିବା ବେଳେ ଏବେ ୧୨ ଶହ ଟଙ୍କାରେ ପହଞ୍ଚିଛି । ଆମ୍ୱ ପୂର୍ବରୁ ୩୫୦ ଥିବା ବେଳେ ଏବେ ୭୦୦ ଟଙ୍କା, କମଳା ପୂର୍ବରୁ ୪୦୦ ଥିବା ବେଳେ ଏବେ ଏହା ୮୦୦ ଟଙ୍କା । ସପୁରୀ ରେଟ୍‌ ପୂର୍ବରୁ ୨୦୦ ଥିବା ବେଳେ ଏବେ ୪୦୦ଟଙ୍କା, ଅଙ୍ଗୁର ପୂର୍ବରୁ ୧୨୦୦ ଟଙ୍କା ଥିବା ବେଳେ ଏବେ ଏହା ୧୮ ଶହ ଟଙ୍କାରେ ପହଞ୍ଚିଛି । ଏପରିକି ପାରିବ ମାର୍କେଟରେ ମଧ୍ୟ ହାତ ମାରିବାକୁ ଭୟ ଲାଗୁଛି ବୋଲି ଗ୍ରାହାକ ମାନେ କହିଛନ୍ତି। ଆଳୁ ବର୍ତ୍ତମାନ ୩୪୦ ଥିବା ବେଳେ ପୂର୍ବରୁ ୨୫୦ ଥିଲା, ଟମାଟୋ ବର୍ତ୍ତମାନ ୮୫୦ ଥିବା ବେଳେ ପୂର୍ବରୁ ୨୮୦, ଗାଜର ବର୍ତ୍ତମାନ ୪୪୦ ପୂର୍ବରୁ ୨୨୦, କ୍ୟାପସିକମ୍ ବର୍ତ୍ତମାନ ୮୫୦ ପୂର୍ବରୁ ୬୫୦, କୋବି ବର୍ତ୍ତମାନ ୮୫୦ ପୂର୍ବରୁ ୬୫୦, ବାଇଗଣ – ବର୍ତ୍ତମାନ ୪୮୦ ପୂର୍ବରୁ ୧୮୦ ରହିଥିଲା ।

ଗ୍ରାହାକଙ୍କ କହିବା ମୁତାବକ ଜଣେ ବ୍ୟକ୍ତି ପୂର୍ବରୁ ଏକ କିଲୋ ସାମଗ୍ରୀ ନେଉଥିବା ବେଳେ ବର୍ତ୍ତମାନ ସେ ଅଧା କିଲୋ ନେଉଛନ୍ତି। କେବଳ ଏତିକି ନୁହେଁ, ଡିଜେଲର ମୂଲ୍ୟ ବୃଦ୍ଧି ହେତୁ ଆମେ କମ୍ ସାମଗ୍ରୀ ମଧ୍ୟ ପାଉଛୁ। ପନିପରିବା ବହୁତ ମହଙ୍ଗା ଥିବାରୁ ଲୋକମାନେ ଏହାକୁ କିଣିବାକୁ ଭୟଭୀତ ହେଉଛନ୍ତି। ଯଦି ଆଗକୁ ବି ପରିସ୍ଥିତି ଏପରି ରୁହେ ତେବେ ଆସନ୍ତା ମାସରେ କଣ ହେବ, ଆମେ ଏହାର କଳନା କରିପାରୁନାହୁଁ ।

Leave A Reply

Your email address will not be published.