ଆଜି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା

ତ୍ରିପୁରା: ଆଜି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମାଣିକ ସାହା। ତ୍ରିପୁରା ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଅଗରତାଲାସ୍ଥିତ ରାଜବଭନରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ସାହାଙ୍କୁ ତ୍ରିପୁରାର ୧୧ଶ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଛନ୍ତି। ତାଙ୍କ ସହିତ ମନ୍ତ୍ରୀ ପରିଷଦ ମଧ୍ୟ ଶପଥ ଗ୍ରହଣ କରିଛନ୍ତି।

ଶନିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଇସ୍ତଫା ଦେବା ପରେ ‘ଡେଣ୍ଟାଲ୍‌ ସର୍ଜରିର ପ୍ରଫେସର୍‌’ ଡାକ୍ତର ମାଣିକ ସାହାଙ୍କୁ ବିଜେପି ବିଧାୟକ ଦଳର ନେତା ଭାବେ ନିଯୁକ୍ତ କରାଯାଇଥିଲା। କଂଗ୍ରେସ ପରିତ୍ୟାଗ କରି ୨୦୧୬ରେ ସାହା ବିଜେପିରେ ଯୋଗ ଦେଇଥିଲେ। ୨୦୨୦ରେ ତାଙ୍କୁ ଦଳର ମୁଖ୍ୟ ଭାବେ ନିଯୁକ୍ତି ମିଳିଥିଲା।

ଦେବ ‘ବିଜେପି ତ୍ରିପୁରା’ର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବାର ସମ୍ଭାବନା ଅଛି। ମୁଖ୍ୟମନ୍ତ୍ରୀ ଭାବେ ଘୋଷିତ ହେବା ପରେ ଟ୍ବିଟ୍‌ କରି ସାହା କହିଥିଲେ ଯେ , ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ପ୍ରସଙ୍ଗକୁ ନେଇ ଆମେ ଆଗକୁ ବଢ଼ିବୁ। ରାଜ୍ୟର ଆଇନ ଓ ଶାନ୍ତିଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ଦୃଢ଼ କରାଯିବ।

Leave A Reply

Your email address will not be published.