ପରଲୋକରେ ରାଜ୍ୟସଭାର ପୂର୍ବତନ ସାଂସଦ ତଥା ସାମ୍ବାଦିକ ଚନ୍ଦନ ମିତ୍ର

ନୂଆଦିଲ୍ଲୀ,ଏଜେନ୍ସି: ସମ୍ବାଦପତ୍ର ‘ପାୟୋନିୟର’ର ସମ୍ପାଦକ ଥିବା ତଥା ରାଜ୍ୟସଭାର ପୂର୍ବତନ ସାଂସଦ ଡକ୍ଟର୍‌ ଚନ୍ଦନ ମିତ୍ରଙ୍କର ଗତରାତିରେ ଦିଲ୍ଲୀରେ ଦେହାନ୍ତ ହୋଇଯାଇଛି। ତାଙ୍କ ପୁତ୍ର କୁଶନ୍‌ ମିତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ।

ତାଙ୍କ ମୃତ୍ୟୁ ଖବର ପାଇ ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସ୍ୱପନ ଦାସଗୁପ୍ତା କହିଛନ୍ତି, ଆଜି ସକାଳେ ମୁଁ ମୋର ସବୁଠୁ ଅନ୍ତରଙ୍ଗ ବନ୍ଧୁ ‘ପାୟୋନିୟର’ର ସମ୍ପାଦକ ତଥା ପୂର୍ବତନ ସାଂସଦ ଚନ୍ଦନ ମିତ୍ରଙ୍କୁ ହରାଇଛି। ଆମେ ‘ଲା ମାର୍ଟିନିୟର୍‌’ରେ ସହପାଠୀ ଥିଲୁ ଏବଂ ‘ସେଣ୍ଟ୍‌ ଷ୍ଟିଫେନ୍‌’ ଓ ‘ଅକ୍ସ୍‌ଫୋର୍ଡ’କୁ ଯାଇଥିଲୁ। ଏକା ସମୟରେ ହିଁ ଆମେ ସାମ୍ବାଦିକତାରେ ସାମିଲ ହୋଇ ଏବଂ ଅଯୋଧ୍ୟା ଓ ଗୈରିକ ଲହର ଉତ୍ସାହକୁ ସେୟାର୍‌ କରିଥିଲୁ। ‘ପାୟୋନିୟର’ରେ ଯୋଗ ଦେବା ପୂର୍ବରୁ ସେ ‘ଦି ଷ୍ଟେଟ୍‌ସ୍‌ମ୍ୟାନ୍‌’, ‘ଦି ଟାଇମ୍‌ସ୍‌ ଅଫ୍ ଇଣ୍ଡିଆ’, ‘ଦି ସଣ୍ଡେ୍‌ ଅବଜର୍‌ଭର୍‌’ ଏବଂ ‘ହିନ୍ଦୁସ୍ତାନ ଟାଇମ୍ସ୍‌’ ପ୍ରଭୃତି ସମ୍ବାଦପତ୍ରରେ ସାମ୍ବାଦିକତା କରିଥିଲେ।

Leave A Reply

Your email address will not be published.