ନକଲି ମେଡିସିନ ମାମଲା; ୧୨ଟି ଡିଷ୍ଟ୍ରିବ୍ୟୁଟର ସଂସ୍ଥା ବିରୋଧରେ ମାମଲା ରୁଜୁ

ରାଜ୍ୟରେ ବେଧଡକ ଚାଲିଛି ନକଲି ମେଡିସିନ କାରବାର। ଗତ କିଛି ମାସ ଧରି ଏକାଧିକ ମେଡିସିନ୍ ଷ୍ଟୋରରେ ନକଲି ମେଡିସିନ୍ ଜବତ ହୋଇଥିବା ବେଳେ ଏବେ ଏ ଘଟଣାକୁ ସ୍ୱୀକାର କରିଛି ସ୍ୱାସ୍ଥ୍ୟବିଭାଗ। ଏ ନେଇ ପ୍ରେସ ବିଜ୍ଞପ୍ତି ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ। ଯେଉଁଥିରେ କୁହାଯାଇଛି, ବର୍ତ୍ତମାନ ସୁଦ୍ଧା ୬ଟି ଜିଲ୍ଲାରେ ଥିବା ୧୨ଟି ଡିଷ୍ଟ୍ରିବ୍ୟୁଟର ସଂସ୍ଥା ବିରୋଧରେ ମାମଲା ରୁଜୁ ହୋଇଛି।

ଏଥିସହ ନକଲି ଔଷଧ କାରବାର କରୁଥିବା ଏହି ସଂସ୍ଥାକୁ ବ୍ଲାକ୍ ଲିଷ୍ଟରେ ଯୋଡ଼ା ଯାଇଛି। ଏମାନଙ୍କ ମଧ୍ୟରେ କଟକର ୬ଟି, ଝାରସୁଗୁଡ଼ାର ୨ଟି ଏବଂ କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ ବରଗଡ଼ର ଗୋଟିଏ ଲେଖାଏ ସଂସ୍ଥା ରହିଛି। ଜବତ ସମସ୍ତ ନକଲି ମେଡିସିନ୍‌କୁ ରିଟେଲର ପଏଣ୍ଟମାନଙ୍କରୁ ଫେରାଇ ଆଣି ଯାଉଛି।

ପ୍ରଥମେ କଟକରୁ ନକଲି ମେଡିସନ କାରବାର ନେଇ ତଥ୍ୟ ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଥିଲା ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ଔଷଧ କାରବାର ରୋକିବାକୁ ଧରପଗଡ଼ ଜାରି ରହିଛି। ତେବେ ଏଥିରୁ ସ୍ପଷ୍ଟ ହୋଇଛି କେବଳ କଟକ ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ନକଲି ଔଷଧ କାରବାର ବୃଦ୍ଧି ପାଇଛି। ଯାହା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।

Leave A Reply

Your email address will not be published.