ଆସନ୍ତା ବର୍ଷରୁ ସଂପୂର୍ଣ୍ଣ ପେପରଲେସ୍ ହେବ ଭୁବନେଶ୍ୱର ଏମ୍ସ

ଆସନ୍ତା ବର୍ଷରୁ ସଂପୂର୍ଣ୍ଣ ପେପରଲେସ୍ ହେବ ଭୁବନେଶ୍ୱର ଏମ୍ସ । ଫଳତଃ ଚିକିତ୍ସା ସଂପର୍କିତ ସମସ୍ତ ପଞ୍ଜିକରଣ ବ୍ୟବସ୍ଥାରେ ସୁଧାର ହେବ। ଏମ୍‌ସରେ ପ୍ରତ୍ୟେକ ଦିନ ୧୦ ହଜାରରୁ ଅଧିକ ରୋଗୀଙ୍କ ଭିଡ଼ ଲାଗୁଥିବାରୁ ଖୁବଶୀଘ୍ର ଏହି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡଃ ଭାରତୀ ପ୍ରବୀଣ ପାଓ଼୍ୱାର।

ଆଜି ସେ ଏମ୍‌ସ ଗସ୍ତରେ ଆସି ସ୍ଥିତି ଦେଖିବା ସହ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବିଶେଷକରି ଗୁରୁତର ରୋଗୀଙ୍କୁ ଏମ୍ସରେ ଚିକିତ୍ସା ପାଇଁ ଗୁରୁତ୍ୱ ଦିଆଯିବ। ବିଭିନ୍ନ ହସ୍ପିଟାଲରୁ ସାଧାରଣ ରୋଗୀଙ୍କୁ ମଧ୍ୟ ଏମ୍ସ ରେଫର କରାଯାଉଛି। ତେବେ ସାଧାରଣ ରୋଗୀଙ୍କୁ ନ ପଠାଇବାକୁ ସବୁ ହସ୍ପିଟାଲ ସହ ଆଲୋଚନା କରାଯିବ।

Leave A Reply

Your email address will not be published.