ବେଆଇନ କ୍ଲିନିକ୍ ଉପରେ ହେବ ଚଢାଉ, ସୂଚନାଦାତାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର : ବେଆଇନ ଲିଙ୍ଗ ନିରୂପଣ ରୋକିବାକୁ ସରକାର ନୂଆ ପ୍ରୟାସ ଆରମ୍ଭ କରିଛନ୍ତି । ଏଣିକି ବେଆଇନ କ୍ଲିନିକ ଉପରେ ଜୋରଦାର ଚଢାଉ କରାଯିବ । ବେଆଇନ କ୍ଲିନିକ ସଂପର୍କରେ ତଥ୍ୟ ଦେଲେ ସୂଚନାଦାତାଙ୍କୁ ପୁରସ୍କାର ଦିଆଯିବ । ତଥ୍ୟ ପ୍ରଦାନକାରୀଙ୍କୁ ୨୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ରାଶି ୩ଟି ପର୍ଯ୍ୟାୟରେ ଦିଆଯିବ । ସୂଚନାର ସଠିକତା ଯାଞ୍ଚ ପରେ ୧୦ହଜାର ଟଙ୍କା ମିଳିବ । ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ ହେଲେ ଆଉ ୧୦ ହଜାର ଦିଅଯିବ । ଅଭିଯୁକ୍ତ ଦୋଷୀ ସାବସ୍ତ ପରେ ସୂଚନାଦାତାଙ୍କୁ ତୃତୀୟ କିସ୍ତି ମିଳିବ ବୋଲି କୁହାଯାଇଛି ।

ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସବୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ତଥ୍ୟ ପ୍ରଦାନକାରୀଙ୍କ ପାଇଁ ବିଶ୍ୱସ୍ତ ନେଟୱର୍କ ସୃଷ୍ଟି କରାଯିବ । ଜଣେ ନିର୍ଦ୍ଦିଷ୍ଟ ଅଧିକାରୀ ଏହି ଦାୟିତ୍ୱରେ ରହିବେ । ସୂଚନା ମିଳିବା ପରେ ଜିଲ୍ଲା ଟାସ୍କ ଫୋର୍ସ ପଦକ୍ଷେପ ନେବ । ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଉଦବେଗଜନକ ଭାବେ କମୁଛି । ରିପୋର୍ଟ ଅନୁସାରେ ପ୍ରତି ହଜାରେ ପୁଅରେ ଓଡ଼ିଶାରେ ୮୯୪ ଜଣ ଝିଅ ରହିଛନ୍ତି । କନ୍ୟାଭୃଣ ହତ୍ୟା ରୋକିବାକୁ ଏପରି ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.