ଖ୍ରୀଷ୍ଟମାସ ସେଲିବ୍ରେସନ କରି ଅଡୁଆରେ ରଣବୀର

ପୁଣି ବିବାଦରେ ଅଭିନେତା ରଣବୀର କପୁର । ସେଲିବ୍ରେସନ କରୁ କରୁ ଏବେ ବିବାଦ ଭିତରେ ଫସିଛନ୍ତି ବଲିଉଡ କଳାକାର । ବଡଦିନରେ ପରିବାର ସହ ରଣବୀର କାଟିଥିବା କେକ କଟିଂର ଭିଡିଓ ଭାଇରାଲ ହେବା ପରେ ଏବେ ତାଙ୍କ ପାଇଁ ସମସ୍ୟା ଆଣିଛି ।

କପୁର ପରିବାର ବଡଦିନ ପାର୍ଟିର ଆୟୋଜନ କରିଥିଲେ । ଏହି ସମୟରେ ରଣବୀର କ୍ୟାଣ୍ଡେଲ ଫୁଙ୍କି ଜୟମାତାଦୀ କହି କେକ କାଟିଥିଲେ । ସେପଟେ ରଣବୀରଙ୍କ ସର୍ମ୍ପକୀୟ ଦାଦା କୁନାଲ କପୁର କେକ ଉପରେ ମଦ ଢାଳୁଥିବା ଦେଖିବାକୁ ମିଳିଥିଲା । ହେଲେ କଳାକାର ଜାଣିନଥିଲେ ସେମାନଙ୍କ ଏଭଳି ସେଲିବ୍ରେସନ ସମସ୍ୟା ନେଇ ଆସିବ ।

ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଛି ସୋସିଆଲ ମିଡିଆ ୟୁଜରର୍ସ ଆପତି ଉଠାଇଥିଲେ । ଅଭିଯୋଗ ବଢିବା ପରେ ଦୁଇଜଣ ଓକିଲ ମୁମ୍ବାଇ ଅନେ୍ଧରୀ ଥାନାରେ ପହଁଚି ରଣବୀରଙ୍କ ନାଁରେ ମାମଲା ରୁଜୁ କରିଥିବା ଜଣାପଡିଛି । ନିଜ ଏଫଆଇଆରରେ ଅଭିଯୋଗକାରୀ ଓକିଲ ଆଶିଷ ରାୟ ଓ ପଙ୍କଜ ମିଶ୍ର କହିଛନ୍ତି ହିନ୍ଦୁ ଧର୍ମ ଅନୁସାରେ ଦେବଦେବୀଙ୍କ ସମ୍ମୁଖରେ ଅଗ୍ନିଦେବଙ୍କ ଆବାହାନ କରାଯାଏ । କିନ୍ତୁ ରଣବୀର କପୁର ଓ ତାଙ୍କ ପରିବାର ସଦସ୍ୟ ଜାଣିଶୁଣି ହିନ୍ଦୁଧର୍ମରେ ନିଷିଦ୍ଧ ଥିବା ସାମଗ୍ରୀକୁ ବ୍ୟବହାର କରିଥିଲେ । ଅନ୍ୟ ଧର୍ମର ପର୍ବ ପାଳୁଥିବାବେଳ ‘ଜୟ ମାତା ଦୀ’ ଉଚ୍ଚାରଣ କରିଥିଲେ । ଏହା ସନାତନ ଧର୍ମ ବିରୋଧୀ ଅଟେ ଓ ଧାର୍ମିକ ମନୋଭାବକୁ ଆଘାତ ଦେଉଛି ।

ମିଳିଥିବା ସୂଚନା ଅନୁସାରେ ଧାରା ୨୯୫ ଏ. ୨୯୮,୫୦୦, ୩୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ତେବେ କପୁର ପରିବାର ଓ ମୁମ୍ବାଇ ପୁଲିସ ପକ୍ଷଣୁ ଘଟଣା ବାବଦରେ ଏବେ ସୁଦ୍ଧା କୌଣସି ବୟାନ ଜାରି କରାଯାଇନି । ନିକଟରେ ମହାଦେବ ବେଟିଂ ଆପ ସ୍କାମରେ ଫସିଥିଲେ ରଣବୀର ଆଉ ଏବେ ନୂଆ ବିବା ଭିତରେ ଫସିଛନ୍ତି ।

Leave A Reply

Your email address will not be published.