ଅଲଗା ହେବେ କି ଐଶ୍-ଅଭିଷେକ ?

ବଚ୍ଚନ ପରିବାରରେ ଫାଟ । ବଚ୍ଚନ ପରିବାରେ କିଛି ଭଲ ଚାଲିନି । ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଅଲଗା ହୋଇପାରନ୍ତି ବଲିଉଡ କପୁଲ ଐଶ୍ଚର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ। ଦୁହିଁଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ଛାଡ଼ପତ୍ରରେ ସରିବ ବୋଲି ଚର୍ଚ୍ଚା ଜୋର ଧରିଛି। ଉଭୟଙ୍କ ମଧ୍ୟରେ ବହୁ ଦିନରୁ ବିବାଦ ଲାଗି ରହିଥିଲା।

ଏପରିକି ଐଶ୍ୱର୍ଯ୍ୟା ନିଜ ଝିଅ ଆରାଧ୍ୟାଙ୍କ ସହିତ ବଚ୍ଚନ ପରିବାର ଠାରୁ ଅଲଗା ହୋଇ ରହୁଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଅନେକ କାର୍ଯ୍ୟକ୍ରମରେ ବଲିଉଡ ତାରକା ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ସହ ଅଭିଷେକ ବଚ୍ଚନଙ୍କ ଉପସ୍ଥିତ ରହୁଛନ୍ତି । ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ ମତଭେଦ ହେବା କଥା ସାମନାକୁ ଆସିଥିଲା । ତେବେ ଏଥିରେ ପାରିବାରିକ କାରଣ ରହିଥିବା ସୂଚନା ମିଳୁଛି । ଶାଶୁ ଜୟା ବଚ୍ଚନ ଓ ନଣନ୍ଦ ଶ୍ବେତା ବଚ୍ଚନ ପାରିବାରିକ ବିବାଦ ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି।

ଏଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦୀର୍ଘ ଦିନ ଧରି ହେଡଲାଇନରେ ରହିଆସିଥିବା ବେଳେ ଐଶ୍ୱର୍ଯ୍ୟା ରାୟ ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ ‘ଜାଲସା’ ଛାଡିଛନ୍ତି । ଏନେଇ ଏହି ଖବର ସୋଶିଆଲ୍‌ ମିଡିଆରେ ହଇଚଇ ସୃଷ୍ଟି କରିଛି ।

Leave A Reply

Your email address will not be published.