ବିଜେଡିର ବରିଷ୍ଠ ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ଘଟିଛି । ସେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି । ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ବିଧାୟକ କିଶୋର ମହାନ୍ତିଙ୍କ ପରଲୋକରେ ବ୍ରଜରାଜନଗରେ ଶୋକର ଛାୟା ଖେଳିଯାଇଛି । ବିଧାୟକଙ୍କ ମୃତ୍ୟୁକୁ କେହି ସାଧାରଣରେ ବିଶ୍ୱାସ ମଧ୍ୟ କରିପାରୁନାହାନ୍ତି । ସମସ୍ତେ ସ୍ତବଧ ହୋଇ ଯାଇଛନ୍ତି କିଶୋର ମହାନ୍ତିଙ୍କ ମୃତ୍ୟୁରେ । ହୃଦଘାତ କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି । ଝାରସୁଗୁଡାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

୪ ଥର ବିଧାୟକ ରହି ସାରିଥିବା କିଶୋର ୩ ଥର ଝାରସୁଗୁଡାରୁ ନିର୍ବାଚିତ ହୋଇଥିବା ବେଳେ ୨୦୧୯ରେ ବ୍ରଜରାଜନଗରରୁ ଜିତିଥିଲେ । ଏହା ସହିତ ପୂର୍ବରୁ ଓଡିଶା ବିଧାନସଭାରେ ବାଚସ୍ପତି ଏବଂ ସରକାରୀ ଦଳର ମୁଖ୍ୟ ସଚେତକ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି କିଶୋର । ରାଜନୀତିରେ ଯୋଗ ଦେବା ପୂର୍ବରୁ ଶ୍ରୀ ମହାନ୍ତି ଜଣେ ଓକିଲ ରହିଥିଲେ ।

Leave A Reply

Your email address will not be published.