ଜଙ୍ଗଲରେ ପଶୁଙ୍କ ସହ ରହିବାକୁ ପସନ୍ଦ କରନ୍ତି ଆଫ୍ରିକାର ଏହି ଯୁବକ, ଖାଦ୍ୟ ବଦଳରେ ଖାଆନ୍ତି ଘାସ

ଆଫ୍ରିକା : ଛୋଟବେଳେ ଆପଣ ନିଶ୍ଚୟ ଟିଭିରେ ମୋଗଲି କାର୍ଟୁନକୁ ଅନେକ ଥର ଦେଖିଥିବେ । ଯିଏ ପିଲାଦିନେ ଜଙ୍ଗଲରେ ପଶୁଙ୍କ ସହିତ ବସବାସ କରେ । ତାହାର ଅଙ୍ଗଭଙ୍ଗୀ ଏବଂ ଲକ୍ଷଣଗୁଡ଼ିକ ପଶୁମାନଙ୍କ ଭଲି ଥିଲା । ଏହାସହ ମୋଗଲି ପଶୁମାନଙ୍କର ଭାଷା ବି  ବୁଝିପାରୁଥିଲା । ତାଙ୍କ ପରି ଜଙ୍ଗଲରେ ମିଳୁଥିବା ଖାଦ୍ୟ ଖାଇ ବଞ୍ଚୁଥିଲା । ତେବେ ଏଠି କିନ୍ତୁ ଚିତ୍ର ଅଲଗା । ଏଠାରେ ଜଣେ ଯୁବକ କୌଣସି କାରଣରୁ ଜଙ୍ଗଲରେ ରହିଯାଇଥିଲେ । ଫରେ ତାଙ୍କ ଅଙ୍ଗଭଙ୍ଗୀ ସବୁ ପଶୁମାନଙ୍କ ଭଳି ହୋଇଯାଇଛି । ସେ ଆଫ୍ରିକାର ଜଣେ ଯୁବକ ଏଲ୍ଲି । ଏଥିପାଇଁ ଅଲିଙ୍କୁ ରିଅଲ୍ ଲାଇଫ୍ ମୋଗଲି କୁହାଯାଉଛି ।

ସୂଚନା ଅନୁଯାୟୀ ଏଲିଙ୍କ ମାଆଙ୍କର ୫ ଥର ଗର୍ଭପାତ ପରେ ଜନ୍ମ ହୋଇଥିଲେ ଏଲି । ଏଥିପାଇଁ ପରିବାର ଲୋକେ ଏଲିଙ୍କୁ ଖୁବ୍ ବହୁତ ଯତ୍ନ ନିଅନ୍ତି । ହେଲେ ଆରମ୍ଭରୁ ସେ ଅନ୍ୟ ପିଲାମାନଙ୍କଠାରୁ ଅଲଗା ରହୁଥିଲେ। ସେ କେବେ ସ୍କୁଲ ଯାଇ ନାହାନ୍ତି  କି ଗାଁରେ ତାଙ୍କର କେହି ବନ୍ଧୁ ନାହାନ୍ତି । ସେଠାରେ ଥିବା ଲୋକଙ୍କଠାରୁ ଦୂରେଇ ଯାଇ ଜଙ୍ଗଲରେ ରହୁଥିଲେ । ଫଳରେ ଗ୍ରାମବାସୀ ଏଲି ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏଣେତେଣେ ଖରାପ କଥା କହି ହଇରାଣ କରି ରଖୁଛନ୍ତି । ଏଲିଙ୍କ ମାଆଙ୍କ କହିବା ଅନୁଯାୟୀ  ଏଲି ନିଜ ନାଁ ନିଜେ ପାଟିରେ ଉଚ୍ଚାରଣ କରିପାରେନି । ସେ ତା ମାଙ୍କ ହାତରୁ ଖାଦ୍ୟ ଖାଏ । ସେ ଘର ଖାଦ୍ୟ ପସନ୍ଦ କରେ ନାହିଁ କେବଳ କଦଳୀ ଓ ଘାସ ଖାଇବାକୁ ପସନ୍ଦ କରେ । କେବଳ ସେତିକି ନୁହେଁ ସେ କିଛି ବୁଝିପାରେ ନାହିଁ ।

ଏଲିକୁ ଘରକୁ ଯବା ପାଇଁ ପସନ୍ଦ କରେ ନାହିଁ । ଯେତେବେଳେ ଏଲି ସୁଯୋଗ ପାଇଥାଏ ସେ ଘରୁ ଦୌଉଡି ଜଙ୍ଗଲକୁ ପଳାଇଥାଏ । ହେଲେ ପରିବାର ଲୋକ ମଧ୍ୟ ତାଙ୍କ ପଛରେ ଯାଇ ଜଙ୍ଗଲରେ ପହଞ୍ଚି ଯାଇଥାନ୍ତି । ଜଙ୍ଗଲରେ ଥିବା ଗଛ ଉପରେ ଲୁଚି ଯାଇଥାଏ ।  ଯଦି ପରିବାର ସଦସ୍ୟ ତାଙ୍କ ପଛରେ ନ ଆସନ୍ତି ତାହାଲେ ସେ ଅନେକ ଦିନ ପର୍ଯ୍ୟନ୍ତ ଜଙ୍ଗଲରେ ରୁହନ୍ତି । କୁହାଯାଏ ଯେ କି ଏଲି ଦୁନିଆର ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ଠାରୁ ଦ୍ରୁତ ଗତିରେ ଦୌଡିଥାଏ । ତାଙ୍କୁ ଧରିବା ପାଇଁ ଲୋକଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିଥାଏ । ଆଫ୍ରିମାକ୍ସ ଟିଭି ମଧ୍ୟ ଏଲି ଉପରେ ଏକ ଫିଲ୍ମ ନିର୍ମାଣ କରିଥିଲେ

Leave A Reply

Your email address will not be published.