ଫିଲ୍ମ ବେଲବଟମରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ଏହି ଅଭିନେତ୍ରୀ: ସ୍କ୍ରିପ୍ଟ ନ ପଢି ହୋଇଥିଲେ ରାଜି

ମୁମ୍ବାଇ : ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ବେଲବଟମ ଯାହାର ଟ୍ରେଲର ମୁକ୍ତିଲାଭ କରିଛି। ଅଗଷ୍ଟ ୧୯ ରେ ମୁକ୍ତିଲାଭ କରିବାକୁଥିବା ଏହି ଚଳଚ୍ଚିତ୍ରରେ ଭାରତୀୟ ଗୁପ୍ତଚର ଅକ୍ଷୟ କୁମାରଙ୍କ ସହ ବାନି କପୁର, ହୁମା କୁରେଶି ଏବଂ ଲାରା ଦତ୍ତା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଟ୍ରେଲରର କାହାଣୀ ଏବଂ ଅକ୍ଷୟଙ୍କ ଶୈଳୀ ସମସ୍ତଙ୍କୁ ପ୍ରଭାବିତ କରିଛି କିନ୍ତୁ ଲାରା ଦତ୍ତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ହଁ, ଫିଲ୍ମରେ ଲାରା ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ଏବଂ ଟ୍ରେଲରରେ ତାଙ୍କର ଲୁକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଲାରା କହିଥିଲେ କିପରି ତାଙ୍କୁ ଏହି ଭୂମିକା ମିଳିଥିଲା। ଲାରା କହିଛନ୍ତି ଯେ ତାଙ୍କୁ ଏକ ଫୋନ୍ ଆସିଥିଲା ଏବଂ କୁହାଯାଇଥିଲା ଯେ ତାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିବାକୁ ହେବ। ଲାରା କହିଛନ୍ତି ଯେ ସ୍କ୍ରିପ୍ଟ ନ ଶୁଣି ସେ ହଁ କରିଦେଇଥିଲେ।

ଲାରା କହିଛନ୍ତି, ‘ଏହିପରି ଏକ ଆଇକନ୍ ଫିଗରକୁ ବଡ ପରଦାରେ ଆଣିବା ନିଜେ ଏକ ବଡ ଦାୟିତ୍ୱ ଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଘଟିଥିବା ବିମାନ ଅପହରଣ ଘଟଣାକୁ ମଧ୍ୟ ଦର୍ଶାଯାଇଛି। ତେଣୁ ଏହାକୁ ନକଲି ପରି ନ ଦେଖାଇ ଏତେ ବଡ ନାଟକୀୟ ଘଟଣା ଚିତ୍ରଣ କରିବା ସହଜ ନଥିଲା କିନ୍ତୁ ମୁଁ ଏହାକୁ ବହୁତ ଉପଭୋଗ କଲି। ଏଥିପାଇଁ ଅନେକ ପରିଶ୍ରମ ଓ ରିସର୍ଚ୍ଚ କରିବାକୁ ପଡିଥିଲା, କିନ୍ତୁ ଏହି ସୁଯୋଗ ଜୀବନ ପରିବର୍ତ୍ତନକାରୀ ଭଳି ଥିଲା ଯାହା ପାଇଁ ମୁଁ ସର୍ବଦା କୃତଜ୍ଞ |’

ବେଲ ବଟମ୍ ୧୯୮୪ ବିମାନ ଅପହରଣର ପ୍ରକୃତ ଘଟଣା ଉପରେ ଆଧାରିତ। ଲଗାତାର ପଞ୍ଚମ ଅପହରଣ ପରେ ଭାରତ ସରକାର ରର ଏହି ଅପରେସନ୍ ପାଇଁ ଗୁପ୍ତଚର ନିଯୁକ୍ତ କରିଥିଲେ, ଯାହାର କୋଡ୍ ନାମ ଥିଲା ବେଲ୍ ବଟମ୍। ଏହି ଅପହରଣରେ ପ୍ରାୟ ୨୧୦ ଯାତ୍ରୀଙ୍କୁ ବନ୍ଦୀ କରାଯାଇଥିଲା। ଚଳଚ୍ଚିତ୍ରରେ ବାନି କପୁର ଅକ୍ଷୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବାବେଳେ ହୁମା କୁରେଶି ଦୁବାଇର ଏକ ସହାୟକ ଗୋଷ୍ଠୀର ଅଂଶ ଅଟନ୍ତି ଯାହାକି ଏହି ଅପରେସନରେ ଭାରତକୁ ସମର୍ଥନ କରେ।

ଅଗଷ୍ଟ ୧୯ ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ରଞ୍ଜିତ ତିୱାରୀଙ୍କ ନିର୍ଦ୍ଦେଶିତ ହୋଇଥିବାବେଳେ ଏହି ଚଳଚ୍ଚିତ୍ରଟି ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ଭାସୁ ଭଗ୍ନନୀ, ଜ୍ୟାକି ଭାଗ୍ନାନୀ, ଦୀପଶିଖା ଦେଶମୁଖ, ମନିଶ ଆଡଭାନୀ, ନିଖିଳ ଆଡଭାନି ଏବଂ ମଧୁ ଭୋଜୱାନୀ ମିଶି ପ୍ରଯୋଜନା ଦେଇଛନ୍ତି।

Leave A Reply

Your email address will not be published.