ବଜରଙ୍ଗ ପୁନିଆ ଫେରାଇବେ ପଦ୍ମଶ୍ରୀ ପୁରସ୍କାର

ପଦ୍ମଶ୍ରୀ ପୁରସ୍କାର ବିଜେତା ବଜରଙ୍ଗ ପୁନିଆ ଫେରାଇବେ ନିଜର ପଦ୍ମଶ୍ରୀ । ରେସଲିଙ୍ଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ର ଅଧ୍ଯକ୍ଷ ନିର୍ବାଚନରେ ସଞ୍ଜୟ ସିଂହ ଜିତିବା ପରେ ତାଙ୍କୁ ନେଇ ଅନେକ ରେସଲର୍ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ନିଜର ଅସନ୍ତୋଷ ପ୍ରକାଶ କରି ଷ୍ଟାର ରେସଲର୍ ବଜରଙ୍ଗ ପୁନିଆ ସେ ପାଇଥିବା ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ରିଓ ଅଲମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଥିବା ରେସଲର୍ ସାକ୍ଷୀ ମଲ୍ଲିକ୍ ରେସଲିଙ୍ଗ କ୍ଯାରିଅର୍ ରୁ ଗତକାଲି ଅବସର ନେଇଥିବା ବେଳେ ଆଜି ପଦ୍ମଶ୍ରୀ ବିଜେତା ବଜରଙ୍ଗ ପୁନିଆ ନିଜର ପୁରସ୍କାର ଫେରାଇ ଦେବେ ବୋଲି କହିଛନ୍ତି ।

ଏହି ରେସଲର୍ସ୍ ମାନେ ବହୁ ଦିନରୁ ବୃଜ ଭୂଷଣଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଅଧ୍ଯକ୍ଷ ପଦ ଜିତିଥିବା ସଞ୍ଜୟ ସିଂହ ବ୍ରିଜ ଭୂଷଣଙ୍କ ସହଯୋଗୀ ହୋଇଥିବାରୁ ଏହି ରେସଲସ୍ ମାନେ ଅସନ୍ତୋଷ ଜାହିର କରିଛନ୍ତି । ରେସଲସ୍ ମାନଙ୍କର ଦାବି ଥିଲା ଯେ ରେସଲିଙ୍ଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ର ଅଧ୍ଯକ୍ଷ ପଦରେ କେହି ମହିଳା ରହିବା ଦରକାର । ବଜରଙ୍ଗ ପୁନିଆ ତାଙ୍କର ସୋସିଆଲ୍ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ ମୁଁ ମୋର ପଦ୍ମଶ୍ରୀ ପୁରସ୍କାର ପ୍ରଧାନମନ୍ତ୍ରୀଙ୍କୁ ପୁରସ୍କାର ଫେରାଇଦେଉଛି । ସଞ୍ଜୟ ସିଂହ ଅଧ୍ୟକ୍ଷ ପଦ ଜିତିବା ପରେ ଅନେକ ରେସଲର୍ସ ଙ୍କୁ ଶକ୍ତ ଧକ୍କା ଲାଗିଛି ।

Leave A Reply

Your email address will not be published.