କ୍ରିକେଟ୍ ଇତିହାସରେ ପ୍ରଥମ; ତିନି ମିନିଟ୍ ବିଳମ୍ବରେ ଆସିବାରୁ ଆଉଟ୍ ହେଲେ ମାଥ୍ୟୁସ

ଗୋଟିଏ ବି ବଲ୍ ଖେଳିନାହାଁନ୍ତି , କି ରନ୍ ଆଉଟ୍ ବି ହେଇନାହାଁନ୍ତି । ହେଲେ ଅମ୍ପାୟାର ଦେଇଦେଲେ ଆଉଟ୍ । ଶନୂ ବଲରେ ଶୂନ ରନ୍ କରି ପ୍ୟାଭିଲିୟନ ଫେରିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଆଞ୍ଜେଲୋ ମ୍ୟାଥୁସ୍ । ଆପଣଙ୍କୁ କଥାଟି ନିଶ୍ଚୟ ଅଜବ ଲାଗୁଥିବ । ଏମିତି ଆଉଟ୍ କେମିତି ହେଲା? କେମିତି ଆଞ୍ଜେଲୋ ମ୍ୟାଥୁସଙ୍କୁ ଆଉଟ୍ ଦେଇଦେଲେ ଅମ୍ପାୟାର?

କ୍ରିକେଟ୍ ଇତିହାସରେ ଏଭଳି ବିରଳ ଘଟଣା ଘଟିଛି ଏଥର କ୍ରିକେଟ୍ ବିଶ୍ୱକପରେ । ସୋମବାର ଦିଲ୍ଲୀରେ ଖେଳାଯାଇଥିଲା ବାଂଲାଦେଶ-ଶ୍ରୀଲଙ୍କା ବିଶ୍ୱକପ୍ ଲିଗ୍ ମ୍ୟାଚ୍ । ଏହି ମ୍ୟାଚରେ ରନ୍ ଆଉଟ୍ ନହେଇ ବି, ବିନା ବଲ୍ ଖେଳି ଆଉଟ୍ ହେଇଛନ୍ତି ମାଥ୍ୟୁସ୍ । ତେବେ ଏହା ପଛର ଅସଲ କାରଣ ହେଲା । ଜଣେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବା ପରେ ତିନି ମିନିଟ୍ ବିଳମ୍ବରେ କ୍ରିଜରେ ପହଞ୍ଚିଥିବାରୁ ବିନା ବଲ୍ ଖେଳି ଆଉଟ୍ ହେଇଛନ୍ତି ଆଞ୍ଜେଲୋ ମାଥ୍ୟୁସ୍ । ଆଇସିସିର ନିୟମ ମୁତାବକ ଆଞ୍ଜେଲୋ ମାଥ୍ୟୁସଙ୍କୁ ଏହି ଆଉଟ୍ ଘୋଷଣା କରିଛନ୍ତି ଫିଲଡ୍ ଅମ୍ପାୟର ।ସୋମବାର ମ୍ୟାଚରେ ୨୫ ତମ ଓଭରରେ ସାକିବଙ୍କ ବଲରେ ଆଉଟ୍ ହେଇଥିଲେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ସମରବିକ୍ରମା । ଏହାପରେ କ୍ରିଜକୁ ଆସିଥିଲେ ନୂଆ ବ୍ୟାଟ୍ସମ୍ୟାନ୍ ଆଞ୍ଜେଲୋ ମାଥ୍ୟୁସ୍ । ତେବେ ଏହି ସମୟରେ ସେ କ୍ରିଜକୁ ଆସିବାକୁ ତିନି ମିନିଟରୁ ଅଧିକ ସମୟ ନେଇଥିଲେ । ଯେଉଁ କାରଣରୁ ନିୟମ ମୁତାବକ ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିଥିଲେ । ଆଉ ବିନା କୌଣସି ରନ୍ କରି ଡ୍ରେସିଂ ରୁମକୁ ଫେରିଯାଇଥିଲେ ଆଞ୍ଜେଲୋ ମାଥ୍ୟୁସ୍ ।

ତିନି ମିନିଟ୍ ବିଳମ୍ବ କରି ପହଞ୍ଚିବା ପଛର କାରଣ ଜଣାଇଥିଲେ ମଧ୍ୟ ମାଥ୍ୟୁସଙ୍କ କୌଣସି କଥାକୁ ଶୁଣିନଥିଲେ ଅମ୍ପାୟାର । ସେ ଏହାକୁ ନେଇ ଅମ୍ପାୟାରଙ୍କ ସହ ଯୁକ୍ତି ମଧ୍ୟ କରିଥିଲେ । ହେଲେ ଶେଷରେ ମାଥ୍ୟୁସଙ୍କୁ ଆଉଟ୍ କରିଥିଲେ ମ୍ୟାଚର ଅମ୍ପାୟାର । ବାଲାଂଦେଶ ଦଳର କ୍ୟାପଟେନ୍ ଏବଂ ଖେଳାଳିମାନେ ନିଜ ଅପିଲକୁ ନଫେରାଇବାରୁ ପ୍ରଥମ ଖେଳାଳି ଭାବେ ଟାଇମ୍ ଆଉଟ୍ କାରଣରୁ ଆଉଟ୍ ହେଇଛନ୍ତି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ୍ ଆଞ୍ଜେଲୋ ମାଥ୍ୟୁସ୍ ।

ଆଇସିସି ନିୟମ ଅନୁସାରେ ଜଣେ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେଇ ପଡିଆରୁ ଫେରିବା ପରେ, ଆଉ ଜଣେ ବ୍ୟାଟ୍ସମ୍ୟାନ୍ ତିନି ମିନିଟ୍ ଭିତରେ କ୍ରିଜରେ ପହଞ୍ଚିବା ସହ ବଲକୁ ଫେସ୍ କରିବାକୁ ପ୍ରସ୍ତୁତ ହେବେ । ଯଦି ନୂଆ ବ୍ୟାଟ୍ସମ୍ୟାନ୍ ତିନି ମିନିଟ୍ ଭିତରେ କ୍ରିଜରେ ନପହଞ୍ଚନ୍ତି । ତେବେ ସେ ଟାଇମ୍ ଆଉଟ୍ କାରଣରୁ ଆଉଟ୍ ଡିକ୍ଲାୟର ହେବେ । ଆଉ ଆଇସିସିର ଏହି ନିୟମର ପ୍ରଥମ ଶିକାର ହେଇଛନ୍ତି ଆଞ୍ଜେଲୋ ମାଥ୍ୟୁସ୍ । ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ସେ ଟାଇମ୍ ଆଉଟ୍ କାରଣରୁ ପଡିଆରୁ ଆଉଟ୍ ହେଇ ଫେରିଛନ୍ତି ।

Leave A Reply

Your email address will not be published.