ଜନ୍ମ ଦିନରେ ବିରାଟ କୋହଲିଙ୍କ ଶତକ; ସଚିନଙ୍କ ରେକର୍ଡ କଲେ ହାସଲ

ଆଜି ବିରାଟ କୋହଲିଙ୍କ ଜନ୍ମଦିନ । ଅନ୍ୟପଟେ ଜାରି ରହିଛି ଇଡେନ ଗାର୍ଡନସ ଷ୍ଟାଡିୟମରେ ଜାରି ରହିଛି ବିଶ୍ୱକପ୍‌ର ଆଉ ଏକ ହାଇଭୋଲଟେଜ୍‌ ମ୍ୟାଚ୍‌ । ତେବେ ପ୍ରଥମେ ଇଣ୍ଡିଆ ବ୍ୟାଟିଂ କରି ୫୦ ଓଭର ବ୍ୟାଟିଂ କରି ୩୨୬ ରନ କରିବାରେ ସଫଳ ହୋଇଛି । ତେବେ ଏଥିରେ ବିରାଟ କୋହଲି ତାଙ୍କ ଜନ୍ମ ଦିନରେ ଚମତ୍କାର ଶତକ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଛନ୍ତି ।ବିରାଟ ଜନ୍ମଦିନରେ ଦେଶବାସୀଙ୍କୁ ଶତକ ଭେଟି ଦେଇଛନ୍ତି ।

ଯାହା ସେ ୪୯ତମ ଶତକ ମାରି ସଚିନଙ୍କ ରେକର୍ଡର ସମକକ୍ଷ ହୋଇପାରିଛନ୍ତି । ଜନ୍ମ ଦିନରେ ଶତକ ହାସଲ କରିବାରେ ବିରାଟ ହେଉଛନ୍ତି ବିଶ୍ୱର ଅଷ୍ଟମ ଖେଳାଳି । ପୂର୍ବରୁ ବିନୋଦ କାମ୍ବଲି, ସଚିନ ତେନ୍ଦୁଲକର, ସନତ ଜୟସୂରିୟା, ରଜ୍‌ ଟେଲର, ଟମ୍‌ ଲାଥମ ଏବଂ ମିଚେଲ ମାର୍ଶ । ଟେଲର, ମାର୍ଶ ଓ କୋହଲି ଏମାନେ ସମସ୍ତେ ବିଶ୍ୱକପ୍‌ରେ ଏହି ସଫଳତା ଲାଭ କରିଛନ୍ତି । ସବୁଠାରୁ କମ୍‌ ଇନିଂସ୍‌ ଖେଳି କୋହଲି ଦିନିକିଆରେ ତାଙ୍କର ୪୯ତମ ଶତକ ହାସଲ କରିଛନ୍ତି ସେ ୨୭୭ ଇନିଂସରେ ଏହି ଗୌରବ ଲାଭ କରିଛନ୍ତି ।

ଏହି ମ୍ୟାଚରେ ଟସ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ବିରାଟ କୋହଲି ୧୦୧, ଶ୍ରେୟସ ଆୟର ୭୭, ରୋହିତ ଶର୍ମା ୪୦, ରବିନ୍ଦ୍ର ଜାଡେଜା ୨୯ ରନ କରିଛନ୍ତି । ଫଳରେ ଭାରତ ୫୦ ଓଭରରେ ୫ ୱିକେଟ ହରାଇ ୩୨୬ ରନ କରିଛି । ଭାରତକୁ ଏହି ମ୍ୟାଚ ଜିତିବାକୁ ହେଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ସାମ୍ନା କରିବାକୁ ପଡିବ ।

Leave A Reply

Your email address will not be published.