ସୁନା ପୁଅ ପ୍ରମୋଦ ଭଗତଙ୍କ ପାଇଁ ୨ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତଙ୍କ ପାଇଁ ୨ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାରା ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ ।

ପାରା ଏସୀୟ କ୍ରୀଡ଼ାରେ ପ୍ରମୋଦ ଭଗତଙ୍କୁ ସ୍ୱର୍ଣ୍ଣ ମିଳିଛି । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ଜିତିଲେ ପ୍ରମୋଦ ଭଗତ । ଆମରି ଦେଶର ନିତେଶ କୁମାରଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ପ୍ରମୋଦ । ଫାଇନାଲରେ ୨୨-୨୦, ୧୮-୨୧, ୨୧-୧୯ ରେ ଜିତିଛନ୍ତି । ୨୦୧୮ ପାରା ଏସୀୟ କ୍ରୀଡ଼ାରେ ବି ସ୍ୱର୍ଣ୍ଣଜିତିଥିଲେ ପ୍ରମୋଦ ।

ଚାଇନାର ହାଙ୍ଗଜୋରେ ଚାଲିଥିବା ଏସୀୟ ପାରା ଗେମ୍ସ 2023 ରେ ପୁରୁଷ SL3 ବର୍ଗରେ ଭାଗବତ ସାଥୀ ଖେଳାଳି ଆମ ଦେଶର ନୀତୀଶ କୁମାରଙ୍କୁ ୨୨-୨୦, ୧୮-୨୧, ୨୧-୧୯ ରେ ପରାସ୍ତ କରିବା ପରେ ଭାରତୀୟ ପାରା-ସଟଲର ପ୍ରମୋଦ ଭାଗବତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Leave A Reply

Your email address will not be published.