ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ବିଶନ ସିଂ ବେଦିଙ୍କ ପରଲୋକ

ଭାରତର ପୂର୍ବତନ କ୍ରିକେଟ ଅଧିନାୟକ ତଥା କିମ୍ବଦନ୍ତୀ ବାମହାତୀ ସ୍ପିନର ବିଶନ ସିଂ ବେଦିଙ୍କ ପରଲୋକ । ୭୭ ବର୍ଷରେ ସେ ପରଲୋକ ଗମନ କରିଛନ୍ତି । ଭାରତ ପାଇଁ ୧୯୬୭ରୁ ୧୯୭୯ ପର୍ଯ୍ୟନ୍ତ ୬୭ଟି ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି ସେ । ଏହା ମଧ୍ୟରେ ସେ୨୬୬ଟି ୱିକେଟ୍ ମଧ୍ୟ ଅକ୍ତିଆର କରିଛନ୍ତି । ଏପରିକି ବିଶନଙ୍କ ଅଧିନାୟକତ୍ବରେ ଭାରତ ଟେଷ୍ଟ ମ୍ୟାଚରେ ମଧ୍ୟ ବିଜୟୀ ହୋଇଥିଲା ।

ନିଜ କ୍ୟାରିୟରରେ ସେ ମାତ୍ର ୧୦ଟି ଦିନିକିଆ ଖେଳି ୭ଟି ୱିକେଟ ଅକ୍ତିଆର କରିଥିଲେ । ଭାରତର ଗ୍ରେଟ ସ୍ପିନରଙ୍କ ମଧ୍ୟରେ ବିଶନ ସିଂ ବେଦୀ ଥିଲେ ଅନ୍ୟତମ । ତାଙ୍କ ଟିପ୍ସ ନେଇ ଅନୀଲ କୁମ୍ବଲେ, ନରେନ୍ଦ୍ର ହିରୱାନୀ ଭଳି ସ୍ପିନର ଭାରତ ପାଇଁ ଗୌରବ ଆଣିଛନ୍ତି ।

ବିଶନ ସିଂହ ବେଦୀ ୨୫ ସେପ୍ଟେମ୍ବର ୧୯୪୬ରେ ପଞ୍ଜାବର ଅମୃତସରରେ ଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୬ମସିହାରେ ସେ ଭାରତ ପାଇଁ ଟେଷ୍ଟ ପଦାର୍ପଣ କରିଥିଲେ । ପରବର୍ତ୍ତୀ ୧୩ ବର୍ଷ ପାଇଁ ଟିମ୍ ଇଣ୍ଡିଆ ପାଇଁ ସେ ସବୁଠାରୁ ବଡ଼ ମ୍ୟାଚ୍ ବିଜେତା ସାବ୍ୟସ୍ତ ହୋଇଥିଲେ ।

୧୯୭୬ରେ ବିଶନ ସିଂହ ବେଦୀଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ନିଯୁକ୍ତ କରାଯାଇଥିଲା ଏବଂ ସେ ୧୯୭୮ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ । ବିଶନ ସିଂ ବେଦୀଙ୍କ ପରଲୋକ ଗମନରେ ଭାରତୀୟ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.