ବାଜି ମାରିଲା ଭାରତ, ୭ ୱିକେଟରେ ପରାସ୍ତ ହେଲା ପାକିସ୍ତାନ

ବିଶ୍ୱକପରେ ପାକିସ୍ତାନକୁ ପୁଣି ହରାଇଲା ଭାରତ । ଅହମ୍ମଦାବାଦରେ ବିଜୟୀ ହେଲା ଟିମ୍ ଇଣ୍ଡିଆ । ଶନିବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚରେ ବଡ ବିଜୟ ହାସଲ କରିଛି ରୋହିତ ବାହିନୀ । ପାକିସ୍ତାନ ଟିମକୁ ଭାରତ ୭ ୱିକେଟରେ ପରାସ୍ତ କରିଛି ।

ଆଜି ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ରୋହିତ । ପ୍ରଥମରୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ କରିଥିଲେ ବି, ଭାରତୀୟ ବୋଲିଂ ଆଗରେ କିନ୍ତୁ ଫେଲ୍ ମାରିଥିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ । ଟିମ୍ ଇଣ୍ଡିଆ ପକ୍ଷରୁ ଜଶପ୍ରୀତ ବୁମରା, ମହମ୍ମଦ ସିରାଜ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ରବୀନ୍ଦ୍ର ଜାଡେଜା ସମସ୍ତେ ୨ଟି ଲେଖାଏଁ ସଫଳତା ପାଇଁଥିଲେ । ଫଳରେ ପାକିସ୍ତାନ ଟିମ୍ ୧୯୧ ରନ୍ କରି ଅଲଆଉଟ୍ ହେଇଯାଇଥିଲା ।

ଜବାବରେ ୧୯୨ ରନ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ଗିଲ୍ ଏବଂ କୋହଲିଙ୍କ ୱିକେଟ୍ ହରାଇଥିଲେ ବି, ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ଦଳକୁ ବିଜୟ ଆଡକୁ ଅଗ୍ରସର କରିଥିଲା । ଶେଷ ଆଡକୁ ଶ୍ରେୟାସ ଆୟର ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଆଉ ଟିମ୍ ଇଣ୍ଡିଆକୁ ବିଜୟ ଦେଇଥିଲେ ରାହୁଲ- ଶ୍ରେୟାସ ଯୋଡି ।

Leave A Reply

Your email address will not be published.