ଏସୀୟ କ୍ରୀଡ଼ା: ଜାପାନକୁ ୫-୧ରେ ହରାଇ ସ୍ୱର୍ଣ୍ଣ ପଦକ ଜିତିଲା

ଭାରତୀୟ ପୁରୁଷ ହକି ଟିମ୍‌ ଶୁକ୍ରବାର ଏସୀୟ କ୍ରୀଡ଼ାରେ ଇତିହାସ ରଚିଛି। ଚୀନର ହାଙ୍ଗଝୌରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଗତ ଚାମ୍ପିଅନ ଜାପାନକୁ ୫-୧ ଗୋଲରେ ପରାସ୍ତ କରିଛି। ଭାରତ ତରଫରୁ ଅଧିନାୟକ ହରମନପ୍ରୀତ ସିଂହ ସର୍ବାଧିକ ୨ଟି ଗୋଲ ଦେଇଥିଲେ। ସେହିପରି ମନପ୍ରୀତ ସିଂହ, ଅଭିଷେକ ଓ ଓଡ଼ିଆ ପୁଅ ଅମିତ ରୋହିଦାସ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ। ଜାପାନ ତରଫରୁ ଏକମାତ୍ର ଗୋଲ ଦେଇଥିଲେ ସେରେନ ତନାକା। ଏହି ବିଜୟର ସହିତ ଭାରତ ଆସନ୍ତା ବର୍ଷ ପ୍ୟାରିସରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ ପାଇଁ ଟିକେଟ୍‌ ହାସଲ କରିଛି।

ସୂଚନାଯୋଗ୍ୟ, ଭାରତୀୟ ପୁରୁଷ ହକି ଟିମ୍‌ ଏସୀୟ କ୍ରୀଡ଼ାରେ ୪ର୍ଥ ଥର ପାଇଁ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ୧୯୬୬, ୧୯୯୮ ଓ ୨୦୧୪ରେ ସ୍ବର୍ଣ୍ଣ ପଦକ ଜିତିଥିଲା। ଏହା ବ୍ୟତୀତ ଭାରତୀୟ ଟିମ୍‌ ୯ଥର ‌‌ରୌପ୍ୟ ଓ ୩ କାଂସ୍ୟ ପଦକ ଜିତିଥିଲା। ବର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରେ ଓ ବିଶ୍ବ ‌ରାଙ୍କିରେ ଭାରତୀୟ ଟିମ୍ ସ୍ବର୍ଣ୍ଣ ପଦକର ଦାବିଦାର ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଛନ୍ତି।

ପୁଲ ପର୍ଯ୍ୟାୟରେ ଭାରତ ୫୮ଟି ଗୋଲ ଦେଇଛି। ଭାରତ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୫-୩ରେ ପରାସ୍ତ କରିଥିଲା। ଜାପାନକୁ ପୁଲ ପର୍ଯ୍ୟାୟରେ ଭାରତ ୪-୨ରେ ହରାଇଥିଲା। ଉଭୟ ଟିମ୍‌ ୨୦୧୩ ପରେ ୨୮ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ୨୩ଟି ମ୍ୟାଚରେ ଭାରତ ଜିତିଛି। ଜାପାନ ମାତ୍ର ୩ ଥର ଜିତିଥିବା ବେଳେ ୨ଟି ମୁକାବିଲା ଡ୍ର ରହିଛି।

Leave A Reply

Your email address will not be published.