୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ସେହି ଦିନ ସେ ପ୍ରଥମେ ତାରା ତାରିଣୀ ମନ୍ଦିର ଯିବେ। ପରେ ନାମାଙ୍କନପତ୍ର ଦାଖଲ କରି ଚିକିଟିରେ ଏକ ସମାବେଶକୁ ସମ୍ବୋଧିତ କରିବାର ଯୋଜନା ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲାର ଏକ ମାରାଥନ୍ ଅଭିଯାନ କାର୍ଯ୍ୟକ୍ରମ କରିବେ ବୋଲି ରିପୋର୍ଟରେ ଦର୍ଶାଯାଇଛି।

ମେ ୧ରେ ମୁଖ୍ୟମନ୍ତ୍ରୀ ଖଲ୍ଲିକୋଟ, କବିସୂର୍ଯ୍ୟନଗର , ଦିଗପହଣ୍ଡି ଏବଂ ଛତ୍ରପୁରରେ ପ୍ରଚାର କରିବେ। ଭଞ୍ଜନଗର, ପୋଲସରା, ସାନଖେମୁଣ୍ଡି ଏବଂ ସୋରଡ଼ାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପରିଦର୍ଶନ କରିବେ ଏବଂ ମେ ୩ ରେ ରାଲି ଅନୁଷ୍ଠିତ ହେବ। ସେହିପରି ଗୋପାଳପୁର ଏବଂ ଆସ୍କାରେ ନବୀନଙ୍କର ଦୁଇଟି ସାଧାରଣ ସଭା ରହିଛି।

ବିଜେଡି ସୁପ୍ରିମୋ ତଥା ଦଳର ଟପ୍ ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ଖୁବ ଶୀଘ୍ର ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ। ତାଙ୍କ ସହ ପ୍ରଚାର ପାଇଁ ଦଳର ବରିଷ୍ଠ ନେତା ତଥା ନବିନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ହିଞ୍ଜିଲି ଗସ୍ତ କରିବେ ବୋଲି ସୂଚନା ମିଳିଛି।

ଏପ୍ରିଲ ୨୪ ରେ ସକାଳ ୧୦:୩୦ ରେ ହିଞ୍ଜିଳିରେ ଏକ ସମାବେଶକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ। ତା’ପରେ ସେ ସକାଳ ୧୧:୩୦ ରେ ଶେରଗଡରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ। କାର୍ତ୍ତିକ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ରିପୋର୍ଟରେ କୁହାଯାଇଛି।

Leave A Reply

Your email address will not be published.