ମୋଦି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନେତାଙ୍କ ଗହଳି

ନୂଆଦିଲ୍ଲୀ: ମୋଦି ସରକାର ଦ୍ୱିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସମ୍ପ୍ରସାରଣ ଆଜି ସନ୍ଧ୍ୟାରେ ହେବାକୁ ଯାଉଛି । ଏହାରି ଭିତରେ ଆଜି ସକାଳୁ ସକାଳୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏନଡିଏର ବରିଷ୍ଠ ନେତା ପହଞ୍ଚିଥିଲେ । ବରିଷ୍ଠ ନେତାଙ୍କ ମଧ୍ୟରେ ଅମିତ ଶାହ ଓ ସୀତାରମଣ ଓ ରବିଶଙ୍କର ଥିଲେ । ଅନ୍ୟପକ୍ଷରେ ସମ୍ଭାବ୍ୟ ମନ୍ତ୍ରୀ ଭାବେ ଯେଉଁମାନଙ୍କ ନାମ ଆଗକୁ ଆସୁଛି ସେମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦେଖିବାକୁ ମିଳିଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନେୱାଲ ଓ ନାରାୟଣ ରାଣେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ।

ଓଡ଼ିଶାରୁ ଟୁଡୁଙ୍କ ନାମ
ଏଣେ ଓଡ଼ିଶାରୁ ମୋଦି ସରକାରଙ୍କ ଦ୍ୱିତୀୟ ସମ୍ପ୍ରସାରଣରେ କିଏ ସ୍ଥାନ ପାଇବେ ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କ ନାମ ଆଗକୁ ଆସିଛି । ବିଶ୍ୱେଶ୍ୱର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି । ଆଦିବାସୀ ସମ୍ପ୍ରଦାୟରୁ ଆସୁଥିବା ଟୁଡୁଙ୍କୁ ଯଦି ମନ୍ତ୍ରୀ କରାଯାଏ ତେବେ ଉତ୍ତର ଓଡ଼ିଶାରୁ ମୋଦି କ୍ୟାବିନେଟରେ ଦୁଇ ଜଣ ମନ୍ତ୍ରୀ ରହିବେ । କିନ୍ତୁ ପ୍ରଶ୍ନ ହେଉଛି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ବିଶ୍ୱାସ ବଜାୟ ରଖିଛନ୍ତି କି ନାହିଁ ? ଷଡ଼ଙ୍ଗୀଙ୍କ ଉପରେ ମୋଦିଙ୍କ ବିଶ୍ୱାସ ଉପେର ହିଁ ତାଙ୍କ ରହିବା ନରହିବା ନିର୍ଭର କରୁଛି । ତେବେ ଟୁଡୁଙ୍କ ନାମ ସାମ୍ନାକୁ ଆସିବା ପରେ ଷଡ଼ଙ୍ଗୀଙ୍କ ପଦ ଯାଇପାରେ ବୋଲି ଆଶଙ୍କ କରାଯାଉଛି ।

ଏବେ ଅଛନ୍ତି ୫୩ ମନ୍ତ୍ରୀ, ଆଉ ୨୮ଙ୍କ ପାଇଁ ଅଛି ସ୍ଥାନ
ବର୍ତ୍ତମାନ କେନ୍ଦ୍ର କ୍ୟାବିନେଟରେ ୫୩ ଜଣ ମନ୍ତ୍ରୀ ରହିଛନ୍ତି । କେନ୍ଦ୍ର କ୍ୟାବିନେଟରେ ମୋଟ ୮୧ ଜଣ ମନ୍ତ୍ରୀ ସ୍ଥାନ ପାଇ ପାରିବେ । ତେଣୁ ଏହି ହିସାବରେ ଆହୁରି ୨୮ ଜଣଙ୍କୁ ପ୍ରଧାନମନ୍ତ୍ରୀ ମୋଦି ନିଜ ସହଯୋଗୀ ଭାବେ ନେଇ ପାରିବେ ।

Leave A Reply

Your email address will not be published.