ରାଜନୀତି କରିବେ ନାହିଁ ସୁପରଷ୍ଟାର ରଜନୀକାନ୍ତ, ଭଙ୍ଗ ହେଲା ରଜନୀ ମକ୍କାଲ ମନ୍ଦ୍ରମ

ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତ ରାଜନୀତି କରିବେ ନାହିଁ। ସୋମବାର ଦିନ ରଜନୀକାନ୍ତ ତାଙ୍କ ଦ୍ୱାରା ଗଠିତ  ରଜନୀ ମକ୍କାଲ ମନ୍ଦ୍ରମର ଭଙ୍ଗ ବାବଦରେ ଘୋଷଣା କରିବା ଦ୍ୱାରା ଏହା ସ୍ପଷ୍ଟ ହୋଇଛି । ଫଳରେ ରଜନୀକାନ୍ତ ରାଜନୀତି କରିବେ ବୋଲି ଯେଉଁ କଳ୍ପନାଜଳ୍ପନା ଚାଲିଥିଲା ତାହାର ଅବସାନ ଘଟିଛି। ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ସେ ଏହି ଘୋଷଣା କରିଛନ୍ତି। ବର୍ତ୍ତମାନଠାରୁ ରଜନୀ ମକ୍କାଲ ମନ୍ଦ୍ରମର ସ୍ଥାନ ନେବ  ରଜନୀ ରସିଗାର ନରପାନି ମନ୍ଦ୍ରମ । ଯାହାକି କଲ୍ୟାଣମୂଳକ କାର୍ଯ୍ୟ କରିବ। ସେ କହିଛନ୍ତି- ପୂର୍ବରୁ ସେ ରାଜନୀତିରେ ଯୋଗ ଦେବାକୁ ଘୋଷଣା କରିଥିଲେ। ମାତ୍ର ସେ ଏହି ନିଷ୍ପତ୍ତିରୁ ଓହରିଛନ୍ତି।

ଦଳ ପକ୍ଷରୁ ବିଭିନ୍ନ ଜିଲ୍ଲା ଓ ରାଜ୍ୟରେ କମିଟିମାନ ଗଠନ କରାଯାଇଥିଲା। ମାତ୍ର ପରେ ବିଭିନ୍ନ କାରଣରୁ ଏହି ଯୋଜନାକୁ ବାତିଲ କରାଯାଇଛି। ଦଳ ଗଠନ ବେଳେ ଯାହା ଆଶା କରାଯାଇଥିଲା ତାହା ପରିଲକ୍ଷିତ ନ ହେବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଆମେରିକା ଯାଇଥିବା ରଜନୀକାନ୍ତ ଫେରିବା ପରେ ଏହି ଘୋଷଣା କରିଛନ୍ତି। କେତେକ କାରଣରୁ ସେ  ଦଳର କର୍ମକର୍ତ୍ତାଙ୍କୁ ଭେଟି ପାରିନଥିଲେ ବୋଲି ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.