ଏଣିକି ରାଜ୍ୟରେ ଲାଗୁ ହେବ ଇ-ଉପସ୍ଥାନ

ରାଜ୍ୟରେ ଲାଗୁ ହେବ ଇ-ଉପସ୍ଥାନ । ଏହାକୁ ରାଜ୍ୟ ସାରା ଲାଗୁ କରିବା ପୂର୍ବରୁ ପରୀକ୍ଷାମୂଳକ ଭାବେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଓ ମାଲକାନଗିରି ଜିଲ୍ଳାର କାଲିମେଳାରେ ଆରମ୍ଭ କରାଯାଇଛି । ଗ୍ରାମାଞ୍ଚଳ ଭାବେ କାଲିମେଳାରେ ଓ ସହରାଞ୍ଚଳ ଭାବେ ଭୁବନେଶ୍ୱରକୁ ନିଆଯାଇଛି । ଏହା ସଫଳ ହେଲେ ରାଜ୍ୟର ସମସ୍ତ ସ୍କୁଲ୍ରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଇ- ଉପସ୍ଥାନ କରାଯିବ ବୋଲି ଜଣାପଡ଼ିଛି । ଏଥିପାଇଁ ବିଭାଗ ପକ୍ଷରୁ ୟୁନିଫାଏଡ୍ ଅଟୋମେସନ୍ ସିଷ୍ଟମ୍ (ୟୁଏଏସ୍) ପୋର୍ଟାଲ୍ ବିକଶିତ କରାଯାଇଛି ।

ଏହି ପୋର୍ଟାଲ୍ ଅଧୀନରେ ଏକ ଉପସ୍ଥାନ ଆପ୍ କରାଯାଇଛି । ଏହି ଆପ୍ ଦ୍ୱାରା ଶିକ୍ଷକମାନେ ନିଜର ଉପସ୍ଥାନ ପକାଇବେ । ଏଥିସହ ପିଲାମାନଙ୍କର ମଧ୍ୟ ଉପସ୍ଥାନ ପକାଯିବ । ଗତକାଲି ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମରେ ୩୫ଟି ଏବଂ କାଲିମେଳାର ୪ଟି ସ୍କୁଲ୍ରେ ଇ-ଉପସ୍ଥାନ ଆରମ୍ଭ କରାଯାଇଛି । ଭୁବନେଶ୍ୱରର ୧୦୧ଟି ସରକାରୀ ଓ ବେସରକାରୀ ସ୍କୁଲ୍ରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.