୬ ମାସ ଯାଏଁ କର୍ମଚାରୀଙ୍କ ଧର୍ମଘଟ ଉପରେ କଟକଣା ଲାଗୁ କଲେ ସରକାର

କର୍ମଚାରୀଙ୍କ ଧର୍ମଘଟ ଉପରେ ଲାଗୁ ହେଲା କଟକଣା । ୬ ମାସ ଯାଏଁ ରାଜ୍ୟରେ ଧର୍ମଘଟ କିମ୍ବା ଆନ୍ଦୋଳନ କରିପାରିବେନି ପ୍ରାଣୀ ଚିକିତ୍ସକ । ଏଥିପାଇଁ ରାଜ୍ୟ ସରକାର ଲଗାଇଲେ ଏସମା । ଚୁକ୍ତିଭିତ୍ତିକ କର୍ମଚାରୀ, ପ୍ରାଣୀ ଚିକିତ୍ସକ, ପ୍ରାଣୀ ସମ୍ପଦ ନିରୀକ୍ଷକ, ପାରାଭେଟ, ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଧର୍ମଘଟକୁ ୬ ମାସ ପାଇଁ ନିଷିଦ୍ଧ କରିବା ଲାଗି ରାଜ୍ୟ ସରକାର ଏସମା (ଅତ୍ୟାବଶ୍ୟକ ସେବା ପରିଚାଳନା ଆଇନ) ଲାଗୁ କରିଛନ୍ତି । ଏହି ସମୟରେ ପ୍ରାଣୀ ଚିକିତ୍ସା ସହ ଜଡିତ କୌଣସି କର୍ମଚାରୀ ଧର୍ମଘଟ କିମ୍ବା ଆନ୍ଦୋଳନ କରିପାରିବେ ନାହିଁ । ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାରଙ୍କ ଏହି ବଡ଼ ପଦକ୍ଷେପ ।

ପ୍ରାଣୀ ଚିକିତ୍ସାଳୟ ଓ ଡିସ୍ପେନସରିରେ ପ୍ରାଣୀ ଚିକିତ୍ସା ଓ ପଶୁ ପାଳନ ସେବା ରକ୍ଷଣାବେକ୍ଷଣ ସହ ଜଡ଼ିତ କାର୍ଯ୍ୟରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମେତ ପ୍ରାଣୀ ଚିକିତ୍ସକ, ପ୍ରାଣୀଧନ ନିରୀକ୍ଷକ, ପାରାଭେଟ, ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କାର୍ଯ୍ୟବନ୍ଦ କିମ୍ବା ଅନଧିକୃତ ଅନୁପସ୍ଥିତି ଇତ୍ୟାଦି ଉପରେ ରୋକ ଲଗାଇବା ଜରୁରୀ । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଆଦେଶ ଆସନ୍ତା ୧୨ ତାରିଖରୁ ୬ ମାସ ପାଇଁ ବଳବତ୍ତର ରହିବ । ରାଜ୍ୟରେ ପ୍ରାଣୀ ଚିକିତ୍ସା ସେବା ଓ ପଶୁପାଳନ ବ୍ୟବସ୍ଥା ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ଏସମା ଲାଗୁ କରାଯାଇଛି ।

Leave A Reply

Your email address will not be published.