କନ୍ଧମାଳରେ ଶୀତ ଲହରୀ ଅନୁଭୁତ

କନ୍ଧମାଳ : ଗତ ଦୁଇ ତିନି ଦିନ ହେଲା ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ଅନୁଭୁତ ହେଉଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡା ମଧ୍ୟ ଧୀରେ ଧୀରେ ବଢିବାରେ ଲାଗିଛି ।

ଆଜି ସକାଳୁ ସକାଳୁ ଫୁଲବାଣୀ ସହର ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା । ଆଜି ଫୁଲବାଣୀରେ ତାପମାତ୍ରା ୧୩. ୫ ଡିଗ୍ରୀ ସେଲସିୟସ ଥିବାବେଳେ ଦାରିଙ୍ଗବାଡିରେ ପାପମାତ୍ରା ୧୨ ଡିଗ୍ରୀ ସେଲସିୟସ ରହିଛି । ଆକାଶ ମେଘମୁକ୍ତ ରହିଥିବା ଫଳରେ ତାପମାତ୍ରା କମିବା ସହ ଥଣ୍ଡା ମଧ୍ୟ ବଢିବାରେ ଲାଗିଛି ।

ସକାଳୁ ସକାଳୁ ଲୋକେ ଥଣ୍ଡାର ମଜା ଉଠାଇବା ସହ ବଡିକୁ ଫିଟ୍ ରଖିବା ଲାଗି ଏକ ସରସାଇଜ, ମର୍ଣ୍ଣିଂ ଓ୍ୱାକ୍ କରୁଛନ୍ତି । ସେହିପରି ଜିଲ୍ଲାର ବେଲଘର, ତୁମୁଡିବନ୍ଧ, ରାଇକିଆ, ମଣ୍ଡାସୁର, ଜିଉଦୟଗିରି, ରାଇକିଆ, ଆଦି ଅଞ୍ଚଳରେ ମଧ୍ୟ ତଳକୁ ଖସି ଆସିଥିବାରୁ ଏସବୁ ସ୍ଥାନରେ ମଧ୍ୟ ଥଣ୍ଡା ହେଉଛି । ଥଣ୍ଡା ବଢ଼ୁଥିବାରୁ ରାସ୍ତାକଡ଼େ ମେଲିଥିବା ଶୀତବସ୍ତ୍ର କିଣିବାଲାଗି ଭିଡ଼ ଦେଖିବାକୁ ମିଳୁଛି l

Leave A Reply

Your email address will not be published.