କନ୍ଧମାଳକୁ ଛୁଇଁଲା ଶୀତ

ଫୁଲବାଣୀ: ଲଗାଣ ବର୍ଷା ପରେ ଏବେ କନ୍ଧମାଳରେ ପହିଲି ଶୀତ ଅନୁଭୂତ ହେଉଛି l ସକାଳୁ ସକାଳୁ ଫୁଲବାଣୀ ସାରା ସହର କୁହୁଡିର ସଫେଦ ଚାଦରରେ ଢିଙ୍କି ହୋଇ ରହିଚି l କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦାରିଙ୍ଗବାଡ଼ି ରାଇକିଆ, ବେଲଘର ଆଦି ସବୁ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ହାଲକା ଶୀତ ଅନୁଭୂତ ହେଉଛି l

ଫୁଲବାଣୀ ସହରରେ ହାଲକା ଶୀତ ଓ ଘନ କୁହୁଡ଼ିର ମଜା ନେଉଛନ୍ତି ସହରବାସୀ l ସକାଳୁ ସହର ଯୁବକ ଏବଂ ବୟସ୍କ ପଡ଼ିଆକୁ ଯାଇ ନିଜକୁ ଫିଟ ରଖିବା ପାଇଁ ବାୟାମ୍ କରିବାକୁ ଦେଖିବାକୁ ମିଳିଛି l ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି l ସନ୍ଧ୍ୟା ସମୟରେ ମଧ୍ୟ ହାଲକା ଶୀତ ଅନୁଭୂତ ହେଉଛି ।

Leave A Reply

Your email address will not be published.