ଚିନ୍ତା ବଢ଼ାଇଲା ଓମିକ୍ରୋନର ନୂଆ ସବ୍‌-ଭେରିଆଣ୍ଟ

ନୂଆଦିଲ୍ଲୀ: ଦେଶରେ ଚିନ୍ତା ବଢ଼ିବାରେ ଲାଗିଛି ଓମିକ୍ରୋନର ନୂଆ ସବ୍‌-ଭେରିଆଣ୍ଟର । ନୂଆ ସବ୍‌-ଭେରିଆଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଚିନ୍ତା ବଢ଼ିଛି । ଫଳରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ଏକ ବୈଠକ ଡକାଇଥିଲେ ।

ଉକ୍ତ ବୈଠକରେ ନୀତି ଆୟୋଗ ସଦସ୍ୟ ବିକେ ପୋଲ, ଟିକାକରଣ ଉପରେ ରାଷ୍ଟ୍ରୀୟ ବୈଷୟିକ ପରାମର୍ଶଦାତା ସମୂହର ଅଧ୍ୟକ୍ଷ ଏନକେ ଅରୋଡା ଓ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ସମେତ ଅନ୍ୟ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କରୋନା ସ୍ଥିତି ଓ ଟିକାକରଣ ଅଭିଯାନ ସମ୍ବନ୍ଧରେ ପଚାରି ବୁଝିଥିଲେ। ଏଥିରେ ମାସ୍କ ପିନ୍ଧିବା ଓ କରୋନା ନିୟମ ପାଳନ କରିବା ଉପରେ ଜୋର ଦିଆଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.