ସାତ ଦିନରେ ଘଟିଲାଣି 7 ଆତ୍ମହତ୍ୟା

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ବରରେ ବଢ଼ି ଚାଲିଛି ଆତ୍ମହତ୍ୟା । ସେ ପାରିବାରିକ ସମସ୍ୟା ହେଉ କିମ୍ବା ପ୍ରେମରେ ବିଫଳତା ଦୁର୍ବଳ ମାନସିକତା ବାଧ୍ୟ କରୁଛି ଆତ୍ମହତ୍ୟା କରିବାକୁ । ଗତ ସପ୍ତାହରେ ହିଁ 7 ଜଣ ଆତ୍ମହତ୍ୟା କରିଥିବା ସୂଚନା । କଣ ହୋଇପାରେ ଏହାର କାରଣ? ଆତ୍ମହତ୍ୟା ପଛରେ ସର୍ବାଧିକ କାରଣ ପ୍ରେମ ରହିଥିବା ବେଳେ ଘରୋଇ କଳି ଏବଂ କର୍ମକ୍ଷେତ୍ରରେ ମାନସିକ ଚାପ ମଧ୍ୟ ଦେଖିବାକୁ ମିଳିଛି ।

ଆତ୍ମହତ୍ୟା କରିବାରେ ସବୁଠାରୁ ଆଗରେ ରହିଛନ୍ତି 18 ରୁ 25 ବର୍ଷୀୟ ଯୁବପିଢ଼ି । ପ୍ରେମ, ପଢ଼ାରେ ଚାପ ସହ ଘରେ ଶୁଣିଥିବା ଗାଳି, ଏମାନଙ୍କର ଆତ୍ମହତ୍ୟା କରିବାର ପ୍ରମୁଖ କାରଣ। ଏହାପରେ ଆସନ୍ତି 25 ରୁ 40 ବର୍ଷୀୟ ଯୁବପିଢ଼ି । ଏମାନେ ମୁଖ୍ୟତଃ ଘରୋଇ କଳି ଏବଂ କର୍ମକ୍ଷେତ୍ରରେ ପଡ଼ୁଥିବା ଚାପକୁ ନେଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତିକୁ ବାଛିଥାନ୍ତି । ଏହି ପରିପ୍ରେକ୍ଷୀରେ ଦେଖିଲେ ଚଳିତ ବର୍ଷ ରାଜଧାନୀରେ ପ୍ରାୟ 50 ଜଣ ଆତ୍ମହତ୍ୟା କରିଛନ୍ତି । ଏହି ସମୟ କରୋନା ଚାଲିଥିବାରୁ ରୋଜଗାର ହରାଇ ଆତ୍ମହତ୍ୟା କରିଥିବା ବିଶ୍ଲଷଣରୁ ଜଣା ପଡ଼ିଛି । ମନସ୍ତତ୍ତ୍ବବିତଙ୍କ କହିବା ହିସାବରେ ଜଣେ ବ୍ୟକ୍ତି ସର୍ବାଧିକ ଚାପ ଅନୁଭବ କରିବା ପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥାଏ ।   

Leave A Reply

Your email address will not be published.