ରାଉରକେଲା ଗସ୍ତରେ ମୁଖ୍ୟ ସଚିବ, ହକି ଷ୍ଟାଡିୟମକୁ ନେଇ କଲେ ସମୀକ୍ଷା

ରାଉରକେଲା : ରାଉରକେଲା ଗସ୍ତରେ ଆସି ୨୦୨୩ରେ ଖେଳାଯିବାକୁ ଥିବା ପୁରୁଷ ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର । ସହିଦ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ବିଶ୍‌କପ ହକି ଖେଳାଯିବ। ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯାଉଛି ।

ଖୁବଶୀଘ୍ର ମୁଖ୍ୟ ଷ୍ଟାଡିୟମର ଗ୍ୟାଲେରୀ ଏବଂ ଖେଳାଳିଙ୍କ ଅଭ୍ୟାସ ପାଇଁ ଥିବା ପଡ଼ିଆ ପ୍ରସ୍ତୁତ ହେବ । ସେଠାରେ ବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚ ଆୟୋଜିତ ହେବ । ବିପିୟୁଟି କ୍ୟାମ୍ପସରେ ୨୦୦ ହକି ଖେଳାଳିଙ୍କ ରହିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି । ସେହିପରି ରାଉରକେଲା ବିମାନ ବନ୍ଦରରେ ମଧ୍ୟ ବିଭିନ୍ନ ପ୍ରକାରର ଭିତ୍ତିଭୂମି ନିର୍ମାଣ କାମ ଚାଲିଛି । ଅକ୍ଟୋବର ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟ ସଚିବ ସୂଚନା ଦେଇଛନ୍ତି । ଏହାସହ ସ୍ମାର୍ଟ ସିଟି କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ । ଚଳିତମାସ ଶେଷ ସୁଦ୍ଧା ବ୍ରାହ୍ମଣୀ ସେତୁ ଖୋଲି ଦିଆଯିବ । ଆସନ୍ତା ଜୁନରେ ୬ଲେନ୍‌ ବିଶିଷ୍ଟ ସେତୁକୁ କାର୍ଯ୍ୟ କରାଯିବା ନେଇ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.