ଅବପାତରେ ପରିଣତ ହେଲା ବାତ୍ୟା ଅସାନି

ଭୁବନେଶ୍ୱର : ଅବପାତରେ ପରିଣତ ହେଲା ବାତ୍ୟା ଅସାନି । ଗତ ୬ ଘଣ୍ଟା ହେବ ଏହା ସ୍ଥିର ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଆହୁରୀ ଦୁର୍ବଳ ହୋଇ ଗୋଟିଏ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । 

ଗତକାଲି ଆନ୍ଧ୍ରର କାକିନାଡା ନିକଟରେ ସ୍ଥଳ ଭାଗ ଛୁଇଛି ବାତ୍ୟା ଅସାନି । ଆଉ ରିକର୍ଭ କରିବା ପରେ ସମୁଦ୍ର ଭିତରେ ଗତି କରୁଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ରହିଥିଲା । 

ସ୍ଥଳ ବିଶେଷରେ ଏହା ୭୫ କିମି ଛୁଇଁଥିଲା । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା ରହିଛି । ତେବେ ବାତ୍ୟା ଯୋଗୁ ଓଡ଼ିଶାରେ କୌଣସି ପ୍ରଭାବ ପଡ଼ିନାହିଁ ।

Leave A Reply

Your email address will not be published.