ଖଣି ବ୍ୟବସାୟୀ ଜିତୁ ପଟ୍ଟନାୟକଙ୍କଠୁ ୧୩୩ କୋଟିର ଡିପୋଜିଟ ଜବତ

ଭୁବନେଶ୍ୱର : ଖଣି ବ୍ୟବସାୟୀ ଜିତୁ ପଟ୍ଟନାୟକଙ୍କଠାରୁ ଇଡି ୧୩୩ କୋଟିର ଡିପୋଜିଟ ଜବତ କରିଛି । ଏହାରି ଭିତରେ ରହିଛି ବ୍ୟାଙ୍କ ଜମା ଓ ଫିକ୍ସଡ ଡିପୋଜିଟ୍‌ । ୬୯ ଲକ୍ଷ ନଗଦ କ୍ୟାସ ମଧ୍ୟ ଜବତ କରିଛି ଇଡି । ୨୦ ଘଣ୍ଟାର ମାରାଥନ ରେଡ୍‌ ପରେ ଏସବୁ ଜବତ ହୋଇଛି। SBI, INDUS IND, AXIS, କେନ୍ଦୁଝର ସେଣ୍ଟ୍ରାଲ କୋପରେଟିଭ୍‌ ବ୍ୟାଙ୍କ ଓ KOTAK ବ୍ୟାଙ୍କରେ ଥିଲା ଏହି ଡିପୋଜିଟ୍‌ ।

ବେଆଇନ ଖଣି ଖନନରେ ଆର୍ଥିକ କାରବାର ହେରଫେର ବା ମନି ଲଣ୍ଡରିଂ ମାମଲାରେ ଇଡି ଗତକାଲି ସକାଳ ୮ଟାରୁ ୪ଟି ସ୍ଥାନରେ ରେଡ୍‌ କରିଥିଲା । ଯୋଡ଼ାର ଦୁଇଟି ଭୁବନେଶ୍ୱରରେ ଦୁଇଟି ସ୍ଥାନରେ ରେଡ୍‌ କରିଥିଲା ଇଡି । ଅଭିଯୋଗ ହୋଇଥିଲା, ଜିତୁ ପଟ୍ଟନାୟକ ୧୯୯୯ରୁ ୨୦୦୯ ଯାଏ ବେଆଇନ୍‌ ଖଣି ଖନନ କରିଥିଲେ । ଯେଉଁଥିରେ ରାଜ୍ୟ ସରକାରଙ୍କୁ ୧୩୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । ୨୦୦୯ରେ ଏସମ୍ପର୍କିତ ମାମଲା ରୁଜୁ କରିଥିଲା ଭିଜିଲାନ୍ସ । ୨୦୧୩ରେ ଦାଖଲ କରିଥିଲା ଚାର୍ଜସିଟ୍‌ । ଏବେ ବେଆଇନ୍‌ ଖନନରେ ଆର୍ଥିକ ହେରଫେର ମାମଲାରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Leave A Reply

Your email address will not be published.