ରାଜ୍ୟରେ ଓଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟ ସରକାର ଆଜି ଓଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଏନେଇ ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସର୍ଭେ ଏବଂ ମାନଚିତ୍ର ପ୍ରକାଶନ ସଂସ୍ଥା ଅତିରିକ୍ତ ନିର୍ଦ୍ଦେଶକ ଦେବାଶିଷ ପାତ୍ର ରେଢ଼ାଖୋଲ ତହସିଲଦାର ହୋଇଛନ୍ତି । ରେଙ୍ଗାଲି ତହସିଲଦାର ଦମୟନ୍ତୀ ସାହୁ ସୁକିନ୍ଦା ତହସିଲଦାର ଭାବେ ବଦଳି ହୋଇଛନ୍ତି । ରେଢ଼ାଖୋଲରୁ ବଦଳି ହୋଇ ରେଙ୍ଗାଲି ତହସିଲଦାର ନିଯୁକ୍ତ ହୋଇଛନ୍ତି ଓଏଏସ୍ ବର୍ସିଅସ୍ ଡଙ୍ଗ୍‌ଡଙ୍ଗ୍ ।

ସେହିଭଳି ଆଠଗଡ଼ର ସବରେଜିଷ୍ଟ୍ରାର ଥିବା ଗୁରୁଚରଣ ମଲ୍ଲ ଢେଙ୍କାନାଳ ଜିଲ୍ଲା ସବରେଜିଷ୍ଟ୍ରାର, ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ବୌଦ୍ଧ ବିଡିଓ ଭାବେ ସ୍ଥାନାନ୍ତରିତ ହୋଇଛନ୍ତି । ଅନ୍ୟପଟେ ବୌଦ୍ଧ ବିଡିଓ ଥିବା ଦେବୀପ୍ରସାଦ ଦାଶ ସମାନ ସ୍ଥାନରେ ତହସିଲଦାର ନିଯୁକ୍ତ ହୋଇଛନ୍ତି ଏବଂ ଉଲ୍ଲୁଣ୍ଡା ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାଏକ ବଲାଙ୍ଗୀର ଜିଲ୍ଲା ସବରେଜିଷ୍ଟ୍ରାର ହୋଇଛନ୍ତି ।

Leave A Reply

Your email address will not be published.