ମାନସ, ଭକ୍ତିଙ୍କୁ ମିଷ୍ଟର ଓ ମିସ୍ ଉତ୍କଳ ଟାଇଟେଲ୍

ମାନସ, ଭକ୍ତିଙ୍କୁ ମିଷ୍ଟର ଓ ମିସ୍ ଉତ୍କଳ ଟାଇଟେଲ୍‌

ଭୁବନେଶ୍ୱର : ମଡ଼େଲମାନଙ୍କୁ ନେଇ ‘ଉତ୍କଳ କନିକା ଗ୍ୟାଲେରିଆ ମଲ’ର ଦ୍ୱିତୀୟ ସଂସ୍କରଣ ମିଷ୍ଟର ଆଣ୍ଡ ମିସ୍ ଉତ୍କଳ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରତିଯୋଗୀମାନେ ଭାଗନେଇ ନିଜର ପ୍ରତିଭାର ଯାଦୁ ଦେଖାଇଥିଲେ । ଚଳିତ ଥର ଫ୍ୟାଶନ ଶୋ’ରେ ନୂଆ କରି ଟ୍ରାନ୍ସଜେଣ୍ଡରମାନଙ୍କୁ ସାମିଲ କରାଯାଇଥିଲା । ଏଥିରେ ଅତିଥି ଭାବେ ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକ, ଅଭିନେତା ଦେବାଶିଷ ପାତ୍ର, ତପି ମିଶ୍ର, ଅଭିନେତ୍ରୀ ଜାଗୃତି ରଥ, ସମାଜସେବୀ ଲିଙ୍କନ ସୁବୁଦ୍ଧି, ମୀରା ପରିଡ଼ା, ମେଘନା ସାହୁ, ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀ, ପୂର୍ବତନ ଫ୍ୟାଶନ ମଡେଲ ସୁଦିପ୍ତା ପରିଖ, ଆଓ ନେକ୍ସଟ୍‌ର ପ୍ରତିଷ୍ଠାତା ଓ ସିଇଓ କୌସିକ ଦାସ, ଡ଼. ଚିଦାତ୍ମିକା ଖଟୁଆ ପ୍ରମୁଖ ଯୋଗଦେଇଥିଲେ । ଚଳିତ ବର୍ଷ ପ୍ରତିଯୋଗିତା ପାଇଁ ୩ଟି ବର୍ଗ ରଖାଯାଇଥିଲା । ମିଷ୍ଟର ଏବଂ ମିସ୍ ଜୁନିୟର, ମିଷ୍ଟର ଏବଂ ମିସ୍ ସିନିୟର ଏବଂ ଟ୍ରାନ୍ସଜେଣ୍ଡର ।

ଅଡିଶନରେ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ମୋଟ୍ ୬୨ ଜଣ ପ୍ରତିଯୋଗୀଙ୍କୁ ଏଥିରେ ଚୟନ କରାଯାଇଥିଲା । ପୁରୁଷ ବର୍ଗରେ ୧୪, ମହିଳାରେ ୧୪ ଏବଂ ଟ୍ରାନ୍ସଜେଣ୍ଡର ବର୍ଗରେ ୧୪ ଓ ଜୁନିୟରରେ ୨୦ ଜଣ ଲେଖାଏଁ ଚୟନ ହୋଇଥିଲେ । ଗ୍ରାଣ୍ଡ ଫାଇନାଲରେ ବିଚାରକ ଭାବେ ଫ୍ୟାସନ ଡିଜାଇନର ରାମୁଲି, ଫ୍ୟାସନ କୋରିଓଗ୍ରାଫର ଜନ୍ ଅଜୟ, ଅଭିନେତ୍ରୀ ଶିତଲ ପାତ୍ର, ପ୍ରକୃତି ମିଶ୍ର, ସ୍ମୃତିସ୍ୱେତା ଦାସ, ପୂର୍ଣ୍ଣିମ ପାଠକ, ଉପସ୍ଥାପିକା ତଥା ମିସ୍ ୟୁନିଭର୍ସ-୨୦୧୯ର ମୁନ୍‌ମୁନ୍‌, ଅଖିଲ ରନ (ଅଖିଲ୍ ଫଟୋଗ୍ରାଫି) ପ୍ରମୁଖ ଉପସ୍ଥିତ ଥିଲେ । ମାନସ କୁମାର ଭଞ୍ଜଦେଓ ମିଷ୍ଟର ଉତ୍କଳ ଓ ଭକ୍ତି ପଟ୍ଟନାୟକ ମିସ୍ ଉତ୍କଳ ଟାଇଟେଲ ବିଜେତା ହୋଇଥିବା ବେଳେ ଅଭିଷେକ୍ ମହାପାତ୍ର ଓ ପ୍ରିୟା ମହାପାତ୍ରଙ୍କୁ ରନର୍ସ ଅପ୍ ଘୋଷଣା କରାଯାଇଥିଲା । ସେହିପରି ଶିଶୁ ଶ୍ରେଣୀରେ ସାନଭି ସନୟା ଓ ପ୍ରେମ୍ ପ୍ରସାଦ ବିଜୟୀ ହୋଇଥିବା ବେଳେ ରୋସନି ନାୟକ ଓ ୟଶରାଜ ରନର୍ସ ଅପ୍ ଟାଇଟେଲ ହାସଲ କରିଥିଲେ । ବିଜେତାମାନଙ୍କୁ ମଲ୍‌ର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦ, ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ, ଅମିତ୍ ବୈଦ, ଚେୟାରମ୍ୟାନ ସୁବାଷ ଭୁରା ପ୍ରମୁଖ ପୁରସ୍କୃତ କରିଥିଲେ । ମଲର ମାର୍କେଟିଂ ମୁଖ୍ୟ ଦୁଲାଲ ଚନ୍ଦ୍ର ସାହୁ ସ୍ପନ୍‌ସରମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପୱନ କୁମାର ଓ ସୁଦିପ୍ତ ବାସ୍ତବ ଇଭେଣ୍ଟ ପାର୍ଟନର ଭାବେ ସହଯୋଗ କରିଥିଲେ । ବିଜେତା ଏବଂ ଉପବିଜେତାଙ୍କୁ ନଗଦ ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା । ବିଜେତାମାନଙ୍କୁ ଆଗାମୀ ଦିନରେ ଜାତୀୟ ସ୍ତରରେ ସୁଯୋଗ ଦିଆଯିବା ସହ ମଲର ବିଭିନ୍ନ କଣ୍ଟ୍ରାକ୍ଟରେ ରଖାଯିବ ବୋଲି ସୂଚନା ଦିଆଯାଇଛି ।

Leave A Reply

Your email address will not be published.