ଭାରତରେ ଉତ୍ପାଦନ ହେବ ୭୦ ଲକ୍ଷ ଆଇଫୋନ୍

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ଆପଲ୍ ଭାରତରେ ୪୭,୦୦୦ କୋଟି ମୂଲ୍ୟର ଆଇଫୋନ୍ ତିଆରି କରିବ । ଫକ୍ସକନ୍ ଏବଂ ୱିଷ୍ଟ୍ରନ୍ ଦ୍ୱାରା ଆର୍ଥିକ ବର୍ଷ୨୦୨୧-୨୨ରେ ଦେଶରେ ନିର୍ମିତ ହେବ ୧୦,୦୦୦ କୋଟି ମୂଲ୍ୟର ଆଇଫୋନ୍ । ଏକ ଆକଳନ ଅନୁଯାୟୀ ୪୭ ହଜାର କୋଟି ବ୍ୟୟରେ ପ୍ରାୟ ୭୦ ଲକ୍ଷ ଆଇଫୋନ୍ ଉତ୍ପାଦନ ହେବ । ଭାରତରେ ସ୍ମାର୍ଟଫୋନ୍‌ର ଉତ୍ପାଦନରେ ବୃଦ୍ଧି ପାଇଁ ଭାରତ ସରକାରଙ୍କ ପକ୍ଷରୁ ପିଏଲ୍‌ଆଇ ସ୍କିମ୍ ଅଧୀନରେ ଦ୍ୱିତୀୟ ବର୍ଷ ପାଇଁ ପ୍ରୋତ୍ସାହନ ପାଇବାକୁ ଆଇଫୋନ୍ ନିର୍ମାତାମାନଙ୍କୁ ସୁଯୋଗ ଦିଆଯାଇଥିଲା ।

ଚଳିତ ବର୍ଷ ପ୍ରାୟ ୭୦ ଲକ୍ଷ ୟୁନିଟ୍ ରେକର୍ଡ ଉତ୍ପାଦନ କରିବ ଏବଂ ଏହାର ସର୍ବାଧିକ ବଜାର ଅଂଶ ୫.୫% ଛୁଇଁବ । ସମଗ୍ର ବିଶ୍ୱରେ ଆପଲ୍‌ର ଯେତିକି ଫୋନ୍ ବିକ୍ରୟ ହୁଏ ଏହାର ୧.୫%ରୁ କମ୍ ଭାରତରେ ବିକ୍ରି ହୁଏ । ଭାରତରେ ତିଆରି ହେବାକୁ ଥିବା ଆଇଫୋନ୍‌ର ୬୦%ରୁ ଅଧିକ ରପ୍ତାନି ପାଇଁ ହେବ । ଏହି ଯୋଜନା ପାଇଁ ପାଞ୍ଚବର୍ଷରେ ମୋଟ୍ ୪୦,୯୫୧ କୋଟି ମୋଟ ଖର୍ଚ୍ଚ କରୁଛନ୍ତି ଭାରତ ସରକାର । ବିଗତ ୧୫ ବର୍ଷ ମଧ୍ୟରେ, ଆପଲ୍‌, ଚୁକ୍ତିଭିତ୍ତିକ ଉତ୍ପାଦକମାନଙ୍କ ମାଧ୍ୟମରେ, ୮୫-୯୦ ବିଲିୟନ ଡ଼ଲାରର ଆଇଫୋନ୍ ଚାଇନା ବ୍ୟତିତ ଅନ୍ୟ ଦେଶ ମାନଙ୍କରେ ଉତ୍ପାଦନ କରିବା କ୍ଷମତା ହାସଲ କରିଛି ।

Leave A Reply

Your email address will not be published.