ଡିଭାଇଡରରେ ପିଟି ହେଲା ବାଇକ୍‌, ଚାଲିଗଲା ୩ ଜୀବନ

ବାଲେଶ୍ୱର : ଡିଭାଇଡରରେ ବାଇକ୍‌ ପିଟି ହୋଇ ଚାଲିଗଲା ତିନି ଜୀବନ। ବାଲେଶ୍ୱର ଉପକଣ୍ଠ ବାଲିଆ ଅଞ୍ଚଳରେ ଗତକାଲି ଏଭଳି ଏକ ମର୍ମଦୁନ୍ତ ଦୁର୍ଘଟଣା ଘଟିଥିଲା । ଗତକାଲି ଗୋଟିଏ ବାଇକ୍‌ରେ ତିନି ଯୁବକ ରେମୁଣା ଗୋଲେଇ ଛକ ଅତିକ୍ରମ କରୁଥିବା ବେଳେ ଭୀମପୁରା ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ସେଠାରେ ଥିବା ଏକ ଡିଭାଇଡରରେ ବାଇକ୍‌ଟି ପିଟି ହୋଇଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା।

ସ୍ଥାନୀୟ ଲୋକେ ସମସ୍ତ ୩ ବାଇକ୍ ଆରୋହୀଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।  ସେଠାରେ ଡାକ୍ତର ତିନି ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିଯୋଗୁ କିଛି ସମୟ ପାଇଁ ଯାନାବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ପରେ ତାହା ସ୍ୱାଭାବିକ ହୋଇଥିବା ଜଣାଯାଇଛି।

Leave A Reply

Your email address will not be published.