ଓଡିଶାର ରୂପସା ନାୟକ ଜିତିଲେ ମିସେସ୍‌ ଇଣ୍ଡିଆ ୨୦୨୨ ମୁକୁଟ

ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ମିସେସ୍‌ ଇଣ୍ଡିଆ ୨୦୨୨ ପିଜାଣ୍ଟର ବିଜେତା ହୋଇଛନ୍ତି ଓଡିଶାର ରୂପସା ନାୟକ। ରୂପସା ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପୂର୍ବତନ କମ୍ପ୍ୟୁଟର ସାଇନ୍ସ ଛାତ୍ରୀ।

ଦୁଇମାସ ତଳେ ଗ୍ଲାମର ଓ୍ଵାଲର୍ଡ ଆୟୋଜିତ କରିଥିବା ଏହି ଶୋରେ ୨୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟକୁ ମାତ୍ର ୧୦୦ ଜଣ ଚୟନ ହୋଇଥିଲେ। ୫୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ସେମିଫାଇନାଲ ହୋଇଥିଲା। ଏହି ୫୦ ଜଣ ପ୍ରତିଯୋଗୀଙ୍କ ମଧ୍ୟ ଟ୍ୟାଲେଣ୍ଟ ଟେଷ୍ଟ କରାଯାଇଥିଲା। ଯେଉଁଥିରୁ ମାତ୍ର ୧୦ ଜଣ ଚୟନ ହୋଇଥିଲେ। ରୂପସା ଏଥିରେ ସିଲେକ୍ସନ ହୋଇ ୫ ଜଣଙ୍କ ଭିତରେ ରହି ପରେ ବିଜେତା ମୁକୁଟ ପିନ୍ଧିଥିଲେ।

ରୂପସାଙ୍କ ବର୍ଷକର ଝିଅ ମଧ୍ୟ ରହିଛି। ୨୦୦୯ ବ୍ୟାଚରେ ରୂପସା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ। କଲେଜରେ ପଢିବା ବେଳରୁ ଗ୍ଲାମର ଦୁନିଆରେ ପାଦ ରଖିଥିଲେ। ୨୦୦୯ରେ ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ରୂପସାଙ୍କ ସ୍ୱାମୀ ବ୍ୟାଙ୍କ ସେକ୍ଟରରେ କାମ କରନ୍ତି ଏବଂ ବଲିଉଡ ସହିତ ଭଲ ସଂପର୍କ ମଧ୍ୟ ରହିଛି। ତାଙ୍କ ବିଜୟର ଶ୍ରେୟ ରୂପସା ତାଙ୍କ ପରିବାରକୁ ଦେଇଛନ୍ତି।

Leave A Reply

Your email address will not be published.