କରୋନା ଚତୁର୍ଥ ଲହର ବିଶେଷ ପ୍ରଭାବ ପକାଇବ ନାହିଁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ମାମଲାକୁ ନେଇ ପୁଣି ଚିନ୍ତା ବଢ଼ିଛି। ଉପରତଳ ହେଉଛି କରୋନା ସଂକ୍ରମଣ ମାମଲା। ଆଇଆଇଟି କାନପୁରର ତଥ୍ୟ ଅନୁସାରେ କୌଣସି ସ୍ଥାନ କରୋନା ମୁକ୍ତ ନୁହେଁ। କିନ୍ତୁ ସବୁ ସ୍ଥାନରେ ପୂର୍ବ ପରି ବ୍ୟାପିବ ନାହିଁ। କିଛି କିଛି ସ୍ଥାନରେ କରୋନା ରହିବ। ପୂର୍ବରୁ ଆଇଆଇଟି କହିଥିଲା ଜୁନରେ ଚତୁର୍ଥ ଲହର ଆସିବ। ଏବେ ଚତୁର୍ଥ ଲହର ଯଥେଷ୍ଟ କମ୍ ବୋଲି କହିଛନ୍ତି।

ଯଦି ଏହା ଆସେ  ତେବେ ବିଶେଷ ପ୍ରଭାବ ପକାଇବ ନାହିଁ। ଦୁଇ ଦିନ ତଳେ ଆସିଥିବା ତଥ୍ୟ ଅନୁସାରେ କରୋନା ଆକ୍ରାନ୍ତ ବର୍ତ୍ତମାନ ଗୁରୁତର ହେଉ ନାହାନ୍ତି। ଯେଉଁଠି କରୋନା ବାହାରେ  ସେଠାରେ ପଦକ୍ଷେପ ନିଆଯିବ।

ଏହାସହ  ଦିଲ୍ଲୀକୁ କରୋନା ଆସିବା ପ୍ରାୟ ମାସେ ହେଲାଣି। ହେଲେ ଏଯାଏ ରାଜ୍ୟରେ ଏହାର ପ୍ରଭାବ ପଡ଼ିନାହିଁ। ରାଜ୍ୟରେ ସିଭିଆରୀଟି ନାହିଁ, ହସ୍ପିଟାଲାଇଜେନ  ନାହିଁ। ରାଜ୍ୟ ଏବେ ଭଲ ସ୍ଥିତିରେ ଅଛି। ତେଣୁ କୌଣସି ଆତଙ୍କିତ ହେବାର ନାହିଁ।

Leave A Reply

Your email address will not be published.