ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ୍‌, ୬ ମୃତ, ଏକାଧିକ ଗୁରୁତର

ସୋର(ଏସ୍‌.ନ୍ୟୁଜ): ୧୬ ନମ୍ବର ଜାତୀୟ ରାଜପଥରେ ବଡ଼ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ୍‌ ଧକ୍କାରେ ୧୦ ଫୁଟ୍‌ ତଳକୁ ବସ୍‌ ଓଲଟି ପଡ଼ିଛି । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଆହାତ ହୋଇଛନ୍ତି । ଆହାତଙ୍କୁ ସ୍ଥାନୀୟ ମେଡିକାଲ୍‌ ସହ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଉଛି ।
ଘରୋଇ ବସ ‘ଶାନ୍ତିଲତା’ ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ବେଳେ ବିଦୁ ଛକ ନିକଟରେ ଛିଡ଼ା ହୋଇଥିଲା । ସେହି ସମୟରେ ବସକୁ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ୍‌ ଆସି ଧକ୍କା ଦେଇଥିଲା । ଫଳରେ ବସଟି ୧୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା ।

Leave A Reply

Your email address will not be published.