ହସ୍ତିନାପୁରରୁ ବିକିନି ଗାର୍ଲ ଅର୍ଚ୍ଚନା ଗୌତମଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଏଥର ଉତ୍ତର ପ୍ରଦେଶ ନିର୍ବାଚନରେ ଦେଖିବାକୁ ମିଳିବ ଗ୍ଲାମର୍‌ । ମଡେଲିଂରେ ଗୋଡ଼ ଜମାଇବା ପରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ବିକିନି ଗାର୍ଲ । କଂଗ୍ରେସ କରିଛି ବିକିନି ଗାର୍ଲ ଅର୍ଚ୍ଚନା ଗୌତମଙ୍କୁ ପ୍ରାର୍ଥୀ । ମେରଠର ହସ୍ତିନାପୁରରୁ ତାଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିଛି କଂଗ୍ରେସ ।

ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରିୟଙ୍କା ଗାନ୍ଧି ୧୨୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଏଥିରେ ୫୦ ଜଣ ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ଆଶା ସିଂଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ଅର୍ଚ୍ଚନାଙ୍କୁ ମଧ୍ୟ ମୈଦାନକୁ ଓହ୍ଲାଇଛି । ଯାହାକୁ ନେଇ ରାଜନୀତି ବେଶ ସରଗରମ ହେବାରେ ଲାଗିଛି ।

ଅର୍ଚ୍ଚନା ଏକାଧାରରେ ଜଣେ ଅଭିନେତ୍ରୀ, ମଡେଲ ଓ ବ୍ୟୁଟି ପ୍ରେଜେଣ୍ଟ ବିଜେତା । ୨୦୧୪ରେ ମିସ୍‌ ଉତ୍ତର ପ୍ରଦେଶ ହୋଇଥିଲେ ଅର୍ଚ୍ଚନା । ଏହାପରେ ମିସ୍‌ ବିକିନି ଇଣ୍ଡିଆ, ମିସ୍‌ ବିକିନି ୟୁନିଭର୍ସ ଇଣ୍ଡିଆ ଓ ମିସ୍‌ ବିକିନି ୟନିଭର୍ସ ବିଜେତା ହୋଇଥିଲେ । ଏହାସହ ୨୦୧୮ରେ ମିସ୍‌ କୋସମୋସ୍‌ ୱାର୍ଲ୍ଡରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିଥିଲେ ।

Leave A Reply

Your email address will not be published.