ବୁଲ୍ଲି ବାଈ ଆପ୍‌ ଘଟଣାରେ ଓଡ଼ିଶାରୁ ଜଣେ ଗିରଫ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ବହୁ ଚର୍ଚ୍ଚିତ ବୁଲ୍ଲି ବାଈ ଆପ୍‌ ଘଟଣାରେ ପୋଲିସ ମିଳିଛି ଆଉ ଏକ ସଫଳତା । ମୁମ୍ବାଇ ପୋଲିସ ଓଡ଼ିଶାରୁ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଓଡ଼ିଶାରୁ ଗିରଫ ହୋଇଥିବା ଅଭିଯୁକ୍ତକୁ ମିଶାଇ ଏହି ମାମଲାରେ ମୋଟ ୫ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଚାରି ଜଣଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ଆଉ ଜଣଙ୍କୁ ଓଡ଼ିଶାରୁ ଗିରଫ କରିଛି ମୁମ୍ବାଇ ପୋଲିସ ।

ଏହା ପୂର୍ବରୁ ମୁମ୍ବାଇ ପୋଲିସ ବିଶାଲ ଝା, ଶ୍ୱେ୍ୱତା ସିଂ, ମୟଙ୍କ ରାୱତ ଓ ନୀରଜ ବିଷ୍ଣୋଇଙ୍କୁ ଏହି ମାମଲାରେ ମୁମ୍ବାଇ ପୋଲିସ ଗିରଫ କରିଥିଲା । ଏହି ଆପ୍‌ଜରିଆରେ ମୁସଲମାନ ମହିଳାଙ୍କ ଫଟୋ ଅପଲୋଡ୍‌ କରି ସେମାନଙ୍କ ନିଲାମ ଡକାଯାଉଥିଲା । କେବଳ ଏତିକି ନୁହେଁ ସେମାନଙ୍କ ଫଟୋରେ ଅଶ୍ଳୀଳ କମେଣ୍ଟ ମଧ୍ୟ କରାଯାଉଥିଲା ।

ସୂଚନା ଅନୁସାରେ ବୁଲ୍ଲିବାଈ ହେଉଛି ଏକ ଆପ୍‌ । ଏହି ଆପ୍‌ ମାଧ୍ୟମରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଥିଲା । ଏହି ଆପ୍‌ ମାଧ୍ୟମରେ ମୁସଲିମ୍‌ ମହିଳାଙ୍କ ମଧ୍ୟରେ ଘୃଣାଭାବ ଖେଳାଯାଉଥିଲା । ଆପତ୍ତିଜନକ ଫଟୋ ସହ ଖରାପ କଥା ମଧ୍ୟ ଏହି ଫଟୋରେ ଲେଖାଯାଉଥିଲା ।

Leave A Reply

Your email address will not be published.