କୋର୍ଟରେ ଜିତିଲା ପ୍ରେମ, ଖାଲି ହାତରେ ଫେରିଲା ୟୁପି ପୋଲିସ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ପ୍ରେମ ଯଦି ସଚ୍ଚା ଥାଏ ତେବେ ସବୁ ବାଧାବିଘ୍ନ ବି ହାର ମାନିଥାଏ  । ଯାହାର ଏକ ଜଳ୍ୱନ୍ତ ଉଦାହରଣ ଦେଖିବାକୁ ମିଳିଛି ଭୁବନେଶ୍ୱରରେ  । ପ୍ରେମିକ ପାଇଁ ପରିବାରକୁ ପଛ କରି ଉତ୍ତରପ୍ରଦେଶରୁ ଭୁବନେଶ୍ୱରକୁ ଆସିଥିବା ଯୁବତୀ ଘଟଣାରେ କୋର୍ଟ ନେଲେ  ନିଷ୍ପତ୍ତି । ଯୁବତୀ ସାବାଳିକା, ନିଜ ଇଛାରେ ରହି ପାରିବେ । ଯୁବତୀ ହିଁ ନେଇପାରିବେ ଜୀବନର ନିଷ୍ପତି  । ପରିବାର ଲୋକେ ଆଣିଥିଲେ ଅପହରଣ ଅଭିଯୋଗ କିନ୍ତୁ କୋର୍ଟରେ ଖଣ୍ଡନ କଲେ ଝିଅ ।

ଶେଷରେ ନିରାଶ ହୋଇ ଫେରିଗଲେ ଯୁବତୀଙ୍କ ପରିବାର । ଉତ୍ତର ପ୍ରଦେଶ ଗୋରଖପୁରର ଯୁବତୀ ଭୁବନେଶ୍ୱରରେ ଜଣେ ଯୁବକକୁ ବିବାହ ପାଇଁ କିଛି ଦିନ ତଳେ ଆସିଥିଲେ । ଯୁବତୀଙ୍କ ପରିବାର ଲୋକେ ଅପହରଣ ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ୟୁପି ପୋଲିସ ଭୁବନେଶ୍ବରରେ ଆସି ତନାଘନା କରିଥିଲା । ସେପଟେ କିନ୍ତୁ ଯୁବତୀ କହିଛନ୍ତି, ଅପହରଣ ନୁହେଁ, ବରଂ ନିଜ ଇଚ୍ଛାରେ ସେ ଘର ଛାଡ଼ି ଆସିଛନ୍ତି ।

ସେପଟେ ଯୁବତୀ ଓଲଟା ପରିବାର ବିରୋଧରେ ଅଭିଯୋଗ ବାଢିଛନ୍ତି  । ତାଙ୍କ ଶ୍ୱଶୁର ଘର ଲୋକଙ୍କୁ ବାଧ୍ୟ କରିବା ସହ ଧମକ ଚମକ ଦେଉଥିବା ଯୁବତୀ ଅଭିଯୋଗ କରିଛନ୍ତି । ଯୁବତୀ ଜଣଙ୍କ ଯିବାକୁ ଚାହୁଁନଥିବା ମଧ୍ୟ ଭିଡିଓ ଜରିଆରେ ଜଣାଇଛନ୍ତି । ଘରୁ ଆସିବା ବେଳେ ଚିଠି ଲେଖିଆସିଥିଲେ । ଭୁବନେଶ୍ୱର ଆସିବା ପରେ ନିଜର ପୁରୁଷ ବନ୍ଧୁଙ୍କୁ ବିବାହ କରିଛନ୍ତି ଯୁବତୀ ।

Leave A Reply

Your email address will not be published.