ଚଳିତ ବର୍ଷ ଅନଲାଇନରେ ହେବ ୟୁଜି, ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ଚଳିତ ବର୍ଷ ଅନଲାଇନରେ ହେବ ୟୁଜି, ପିଜି ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା । ଆଜି ସମସ୍ତ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହ ଭିସିରେ ଆଲୋଚନା ପରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ । ମନ୍ତ୍ରୀ କହିଛନ୍ତି, ଅନଲାଇନ ପରୀକ୍ଷାର ରୂପରେଖ କିପରି ହେବ ଓ ତାରିଖ ଧାର୍ଯ୍ୟ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିଷ୍ପତ୍ତି ନେବାକୁ ଦାୟିତ୍ବ ଦିଆଯାଇଛି । ଏପରିକି ବ୍ୟାକ୍ ପେପର ଥିବା ଛାତ୍ରଛାତ୍ରୀ ମାନେ ଜୁଲାଇ, ଅଗଷ୍ଟ ଭିତରେ ପରୀକ୍ଷା ଦେଇପାରିବେ । ଆସନ୍ତା ଅଗଷ୍ଟ ଶେଷ ସପ୍ତାହରୁ ସେପଟେମ୍ବର ମାସ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ ପାଇବ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ଜୀବନ ସୁରକ୍ଷା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟ ସେମିଷ୍ଟର ସମ୍ପର୍କରେ ସରକାର ବିଚାର ଆଲୋଚନା କରି ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.