ଦରମା ନ ଦେବାରୁ ମାଲିକକୁ ହାଡୁଡ଼ିରେ ବାଡ଼େଇ ହତ୍ୟା

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ମାଲିକକୁ ହାଡୁଡ଼ିରେ ବାଡ଼େଇ ହତ୍ୟା କଲା କର୍ମଚାରୀ । ମୃତକ ହେଲେ ଦୀପକ ପାଟ୍ଟଶାଣୀ । ବକେୟା ଦରମାକୁ କେନ୍ଦ୍ରକରି ଦୀପକଙ୍କ ପାଖରେ କାମ କରୁଥିବା ହିରଣ୍ୟ ସାହୁ ବାଡ଼େଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପିପିଲି ଥାନା ସାତଶଙ୍ଖ ଡାକଘର ପାଖରେ ଖଲିଦନା କାରଖାନା କରିଥିଲେ ଦୀପକ । କାରଖାନାରେ ହିରଣ୍ୟ ସାହୁ କାମ କରୁଥିଲେ ।

ତେବେ ଦରମାକୁ କେନ୍ଦ୍ରକରି ମାଲିକ ଦୀପକ ପାଟ୍ଟଶାଣୀ ଏବଂ କର୍ମଚାରୀ ହିରଣ୍ୟ ସାହୁଙ୍କ ମଧ୍ୟରେ ପୂର୍ବରୁ ଅନେକ ବାର ବଚସା ହେଉଥିଲା । ତେବେ ପ୍ରାପ୍ୟ ନପାଇ ନିରାଶ ଥିଲେ ହିରଣ୍ୟ । ଆଜି ଦୀପକ ଶୋଇଥିଲା ବେଳେ ମାନସିକ ଭାରସାମ୍ୟ ହରାଇ ହିରଣ୍ୟ ହାତୁଡ଼ିରେ ତାଙ୍କୁ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.