ଟ୍ୱିନ୍ସିଟିରେ କଡ଼ାକଡ଼ି ଲାଗୁ ହେବ ସଟ୍‌ଡାଉନ୍: ଦାୟିତ୍ୱରେ ୨୨ ପ୍ଳାଟୁନ୍ ଫୋର୍ସ ଓ ୨୫୦ ଅଧିକାରୀ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ଦ୍ୱୈତନଗରୀରେ କଡ଼ାକଡ଼ି କାର୍ଯ୍ୟକାରୀ ହେବ ସଟ୍‌ଡାଉନ୍ । ନାଇଟକର୍ଫ୍ୟୁକୁ ମିଶାଇ ସୋମବାର ସକାଳ ୫ଟା ଯାଏଁ ଲାଗୁ ରହିବ କଟକଣା ।  କଟକରେ ୧୨ ପ୍ଳାଟୁନ ଫୋର୍ସ, ୧୦୦ ଅଧିକାରୀ ଓ ଭୁବନେଶ୍ୱରରେ ୨୦ ପ୍ଳାଟୁନ୍ ଫୋର୍ସ ଓ ୧୫୦ ଅଧିକାରୀ ସଟ୍‌ଡାଉନ୍ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ରହିବେ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ କଟକଣା ସମୟରେ ଯାତାୟତ ପାଇଁ କୌଣସି ପ୍ରକାର ପାସ୍ ମିଳିବ ନାହିଁ ।  ଜରୁରୀକାଳୀନ ସେବାରେ ଥିବା କର୍ମଚାରୀ ଯାତାୟତ କରିପାରିବେ । ଅତ୍ୟାବଶକୀୟ କାର୍ଯ୍ୟ ଥିଲେ ମଧ୍ୟ ଲୋକେ ବାହାରକୁ ଯାଇପାରିବେ । ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ଏ ନେଇ ଯାଞ୍ଚ କରିବା ସହ ନିଷ୍ପତ୍ତି ନେବେ । କଟକରେ ୨୫ଟି ଓ ଭୁବନେଶ୍ୱର ୪୩ଟି ସ୍ଥାନରେ ନାକାବନ୍ଦି ରହିବ । କଡ଼ା ଯାଞ୍ଚ କରାଯିବ । କଟକଣା ମାନିବା ସହ ଲୋକଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ପୋଲିସ କମିଶନର । କଟକଣା ନମାନିଲେ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଜୋରିମାନା ମଧ୍ୟ ଆଦାୟ ହେବ ବୋଲି ସିପି ଚେତାଇ ଦେଇଛନ୍ତି ।

Leave A Reply

Your email address will not be published.