ପିପିଲି ଉପ-ନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ : ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନାଁରେ ମୋହର ମାରିଛି ଦଳ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌):ପିଲି ଉପ-ନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନାଁରେ ମୋହର ମାରିଛି ଦଳ । ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନୂଆ ପ୍ରାର୍ଥୀ ଘୋଷଣା କରିଛି ଦଳ । ତେବେ ଆସନ୍ତା ୨୬ ତାରିଖରେ ନାମାଙ୍କନ ଭରିବେ ବିଶ୍ୱକେଶନ ଗତ ୧୪ ତାରିଖରେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ମୃତ୍ୟୁ ହୋଇଥିଲା । ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଅଜିତ ମଙ୍ଗରାଜ । ୫୧ ବର୍ଷ ବୟସରେ ହୃଦ୍‌ଘାତରେ ଆଜି ଅଜତି ମଙ୍ଗରାଜଙ୍କର ପରଲୋକ ହୋଇଛି । ସେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଥିଲା। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଆଇସିୟୁରେ ରହିବା ପରେ ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ତାଙ୍କର ପରଲୋକ ହୋଇଥିଲା । ଅଜିତ ମଙ୍ଗରାଜଙ୍କ ପରଲୋକ ନେଇ ଭୁବନେଶ୍ବରର ସମ୍ପୃକ୍ତ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏପ୍ରିଲ ୭ ତାରିଖରେ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ ଅଜିତ । ତାଙ୍କ ଚିକିତ୍ସା ଦାୟିତ୍ବର ଏକାଧିକ ଡାକ୍ତର ଥିଲେ । କରୋନା ସହିତ ସେ ସେ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ । କରୋନା ସହିତ କାର୍ଡିଓଲୋଜୀ, ପଲମୋନାରୀ ମେଡିସିନ ପକ୍ଷରୁ ଚିକିତ୍ସା କରାଯାଉଥିଲା । ପିପିଲି ଉପନିର୍ବାଚନ ପାଇଁ ଅଜିତଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ୨୦୧୯ ନିର୍ବାଚନରେ ବି କଂଗ୍ରେସ ଟିକେଟରେ ଲଢ଼ିଥିଲେ ଅଜିତ ମଙ୍ଗରାଜ । ୯ ହଜାର ୮୩୦ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ ଅଜିତ ମଙ୍ଗରାଜ । ଉପନିର୍ବାଚନରେ ବି ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା । ହେଲେ ଆଜି ଅଜିତ ମଙ୍ଗରାଜଙ୍କ ପରୋଲକ ହୋଇଯାଇଛି ।

ଅପରପକ୍ଷରେ ମେ’ ୧୩ ପରିବର୍ତ୍ତେ ମେ ୧୬ରେ ମତଦାନ ନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ ସୁନିଲ ଲୋହାନୀ । ପୂର୍ବରୁ ମେ ୧୩ରେ ଉପନିର୍ବାଚନ ହେବା ନେଇ ଗୋଷଣା କରିଥିଲେ ନିର୍ବାଚନ କମିସନ । ମେ ୧୩ ତାରିଖରେ ଇଦ୍ ପଡୁଥିବାରୁ ନିର୍ଦ୍ଧାରିତ ତାରିଖକୁ ଘୁଞ୍ଚାଯାଇଥିବା କହିଛନ୍ତି କମିସନ । ମେ ୧୬ ତାରିଖରେ ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଥିଲେ ।

Leave A Reply

Your email address will not be published.